ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ବାଲି ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଗଲେ ଗୋଟିଏ ପରିବାର। ଗଞ୍ଜାମ ଜିଲ୍ଲା ଛତ୍ରପୁର କଲେଜ ଛକ ନିକଟରେ ଥିବା ସୀମା ନାୟକଙ୍କ ଘର ଭିତରକୁ ଏକ ବାଲି ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ପଶିଆସିଥିଲା। ତେବେ ସୌଭାଗ୍ୟବଶତଃ ୨ ଜଣ ଶିଶୁଙ୍କ ସମସ୍ତ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାନୁଯାୟୀ, ଛତ୍ରପୁର କଲେଜ ଛକ ନିକଟରେ ଥିବା ସୀମା ନାୟକଙ୍କ ଘର ଭିତରକୁ ଏକ ବାଲି ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ପଶି ଯାଇଛି। ସୀମାଙ୍କ ଘରର ପାଚେରି ଭାଙ୍ଗି ଟ୍ରକ୍ଟି ଘର ଭିତରକୁ ପଶିଯାଇଥିବା ବେଳେ ସୌଭାଗ୍ୟବଶତଃ ସୀମାଙ୍କୁ ଦୁଇ ପୁଅ ଏବଂ ପରିବାର ସଦସ୍ୟ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଛତ୍ରପୁର କଲେଜ ଛକ ନିକଟରେ ଜୈନିକ ଘରକୁ ବାଲି ଧରି ଯାଉଥିବା ବେଳେ ଟ୍ରକ୍ ଚାଳକ ଭାରସ୍ୟାମ ହରାଇ ଦେଇଥିଲା। ଯାହାଫଳରେ ଟ୍ରକର ପଛପଟି ସୀମାଙ୍କ ଘର ଭିତରେ ପଶିଯାଇଥିଲା। ଏହାଫଳରେ ଘରର ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି। ଟ୍ରକ୍ ଚାଳକର ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି।






