ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବସ୍ତି ଅଞ୍ଚଳରେ ଚାଲିଥିଲା ଧଳଜହର ବୋପାର। ହଠାତ୍ ଚଢ଼ଉ କରି ୭୪ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ କଲା କମିଶନରେଟ୍ ପୋଲିସ। ବ୍ରାଉନ୍ସୁଗାର ବେପାରୀକୁ ଗିରଫ କରାଯାଇଛି। ଜବତ ବ୍ରାଉନ୍ସୁଗାରକୁ କଲେଜ ଛାତ୍ରମାନଙ୍କୁ ବିକିବା ଅଣାଯାଇଥିବା ଜଣାପଡିଛି। ସୂଚନା ମୁତାବିକ, ବସ୍ତିକୁ ଚାଲ ଅଭିଯାନରେ ପୁଲିସକୁ ଆଉ ଏକ ସଫଳତା ମିଳିଛି। ବସ୍ତି ଅଞ୍ଚଳରେ ବ୍ରାଉନ୍ସୁଗାର ବେପାରୀ ଷ୍ଟାର ପିଣ୍ଟୁ ଗିରଫ କରାଯାଇଛି। ଜବତ ୭୪ ଗ୍ରାମ ଧଳାଜହର ଆନୁମାନିକ ମୂଲ୍ୟ ୭ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏକାମ୍ର କଲେଜ ଅଞ୍ଚଳରେ ଛାତ୍ରମାନଙ୍କୁ ଏହି ବ୍ରାଉନସୁଗାର ପିଣ୍ଟୁ ଯୋଗାଉଥିଲା ବେଳେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।






