ସୋନପୁର, (ବାଘୁଆବାର୍ତ୍ତା): ପାରିବାରିକ କଳହରୁ ଚାଲିଗଲା ଜଣଙ୍କର ଜୀବନ। ବେକରେ ଦୌଡି ଦେଇ ଆତ୍ମହତ୍ୟା କଲେ ଜଣେ ଯୁବକ। ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଲୟା ଥାନା ଅଧିନସ୍ଥ ଖଣ୍ଡହତା ପଂଚାୟତର ବୁଠିପଦର ଗାଁରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ବସନ୍ତ ସେଠି(୨୯) ନାମକ ଯୁବକଙ୍କର ଗତକାଲି ରାତିରେ ପରିବାର ସଦସ୍ୟଙ୍କ ସହ କୈାଣସି କାରଣରୁ ଝଗଡା ହୋଇଥିଲା। ଏହି କାରଣରୁ ସେ ଘର ପଛ ପାଖରେ ଥିବା ପିଜୁଳି ଗଛରେ ବେକରେ ଦୈାଡି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ତାଙ୍କର ଗୋଟିଏ ଏକ ବର୍ଷର ପୁଅ ଥିବା ଜଣାଯାଇଛି । ପୁଲିସ ଶବ ଜବତ କରି ଛାନଭିନ ଜାରି ରଖିଥିବା ଜଣାଯାଇଛି ।






