Thursday, July 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆମେ ଏକ ଯୌଥ ପରିବାରରେ ଥିବାରୁ ଭାଇଙ୍କର ସମସ୍ତ ଦାୟିତ୍ୱ ତୁଲାଇବାକୁ ବେଶ୍‌ ସକ୍ଷମ

by ସଞ୍ଜୟ ସ୍ୱାଇଁ
October 1, 2021
in State
ଆମେ ଏକ ଯୌଥ ପରିବାରରେ ଥିବାରୁ ଭାଇଙ୍କର ସମସ୍ତ ଦାୟିତ୍ୱ ତୁଲାଇବାକୁ ବେଶ୍‌ ସକ୍ଷମ
410
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହାତୀ ଘଉଡ଼ାଇବାକୁ ଯାଇ କଟକ ମୁଣ୍ଡଳୀଠାରେ ଗତ ଶୁକ୍ରବାର ଘଟିଥିବା ବୋଟ୍‌ ଟ୍ରାଜେଡିରେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୮ ଦିନ ବିତିଲାଣି। ଅରିନ୍ଦମଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର। ଅରିନ୍ଦମ ଏମିତି ଚାଲିଯିବାର ଦୁଃଖରେ ବୁଡ଼ି ରହିଥିବା ତାଙ୍କ ପରିବାର ଲୋକଙ୍କ ପାଇଁ ଅଧିକ ଦୁଃଖ ଆଣିଛି ତାଙ୍କ ନାଁରେ ହେଉଥିବା ଅପପ୍ରଚାର। ଅରିନ୍ଦମଙ୍କ ପରିବାର ତୁରନ୍ତ ଆର୍ଥିକ ସହାୟତା ଚାହୁଁଛି ବୋଲି କିଛି ଲୋକ ସୋଶାଲ ମିଡିଆରେ ଅପପ୍ରଚାର କରୁଥିବା ବେଳେ ଏହାକୁ ଆଦୌ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ସାନ ଭଉଣୀ ଝରଣା ଦାସ । ସେହିଭଳି ଅରିନ୍ଦମଙ୍କୁ ନେଇ ହେଉଥିବା ଆଉ କିଛି ମିଥ୍ୟା ପ୍ରଚାର ତାଙ୍କ ପରିବାର ଲୋକଙ୍କୁ ଗଭୀର ଯନ୍ତ୍ରଣା ଦେଇଥିବା ବେଳେ ଏହାକୁ ନେଇ ସୋଶାଲ ମିଡିଆରେ ଜବାବ ରଖିଛନ୍ତି ଝରଣା । ସେ ଟ୍ୱିଟ କରିଛନ୍ତି, ଆମେ ଏକ ଯୌଥ ପରିବାରରେ ରହୁଛୁ। ଆମେ ୩ ଭଉଣୀ ଓ ୨ ଭାଇ । ଆମ ସହ ମା’, କକା, ଖୁଡ଼ୀ, ଭାଉଜ(ଅରିନ୍ଦମଙ୍କ ସ୍ତ୍ରୀ) ଓ ପୁଅ ଅଛନ୍ତି। ଆମେ ସମସ୍ତ ଭାଇଭଉଣୀ ଆର୍ଥିକ ଦୃଷ୍ଟିରୁ ବେଶ୍‌ ସ୍ୱଚ୍ଛଳ । ଆମେ ଏକ ଯୌଥ ପରିବାରରେ ଥିବାରୁ ଭାଇଙ୍କର ସମସ୍ତ ଦାୟିତ୍ୱ ତୁଲାଇବାକୁ ବେଶ୍‌ ସକ୍ଷମ । ଝରଣା ଲେଖିଛନ୍ତି, ଆମର ପିତା ସ୍ୱର୍ଗତ ଯୁଗଳ କିଶୋର ଦାସ ଜଣେ ସାଧୁ ଓ ସଚ୍ଚୋଟ ବ୍ୟାଙ୍କ ଅଧିକାରୀ ଥିଲେ । ଆମ ଭାଇ ଅରିନ୍ଦମ ମଧ୍ୟ ଜଣେ ସ୍ୱଚ୍ଛ ହୃଦୟର ପିଲା ଥିଲା । ଭାଇ ସବୁବେଳେ ତାର କାମ ପ୍ରତି ଉତ୍ସର୍ଗୀକୃତ ଥିଲା, ଟଙ୍କା ପଛରେ ଗୋଡ଼ାଉ ନ ଥିଲା । ଭଗବାନଙ୍କ କୃପାରୁ ଆମର ଅନେକ ଶୁଭଚିନ୍ତକ ଅଛନ୍ତି । ଏକ ପରିବାର ହିସାବରେ ଆମେ ଭାଇର ସ୍ତ୍ରୀ ଓ ପିଲାର ଦାୟିତ୍ୱ ନେବାକୁ ସକ୍ଷମ । ସେମାନେ ଏକ ସମ୍ମାନଜନକ ଜୀବନ ବଞ୍ଚିବାକୁ ସକ୍ଷମ । ସେ କହିଛନ୍ତି, ଆମେ ଏବେ ଏକ ଦୁଃଖଦ ସମୟର ମୁକାବିଲା କରୁଛୁ। ସୋଶାଲ ମିଡିଆରେ ଆମର ଟଙ୍କା ଦରକାର ବୋଲି ହେଉଥିବା ଅପପ୍ରଚାରକୁ କଦାପି ବିଶ୍ୱାସ କରନ୍ତୁ ନାହିଁ। ଆମ ପରିବାର ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ତଥା ସପୋର୍ଟ ଓ ଭଲ ପାଇବା ଦେଇଥିବା ସମସ୍ତଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି। ମୋ ଭାଇର ଅକାଳ ବିୟୋଗ ହୋଇଥିବା ବେଳେ ଯେଉଁମାନେ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅନୁରୋଧ କରୁଛି, ଦୟା କରି କିଛି ମାନବିକତା ଦେଖାନ୍ତୁ। ଏପରି ଅପପ୍ରଚାର ଖୁବ୍‌ କଷ୍ଟ ଦେଉଛି। ଭଗବାନଙ୍କ ଦୟାରୁ ଏପରି ନ୍ୟୁଜ ସୋଶାଲ ମିଡିଆରେ ଆଉ ଭାଇରାଲ କରନ୍ତୁ ନାହିଁ। ଆପଣଙ୍କ ପରିବାରରେ ଏପରି କିଛି ଅଘଟଣ ଘଟିଥିଲେ ଆପଣଙ୍କ ମାନସିକ ସ୍ଥିତି କିପରି ହୋଇଥାନ୍ତା। ତେଣୁ ଅନ୍ୟର ଦୁଃଖର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଅପିଲ୍‌ କରିଛନ୍ତି ଝରଣା। ସୂଚନାଯୋଗ୍ୟ, କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ଗତ ଶୁକ୍ରବାର ଅରିନ୍ଦମ ବୋଟ୍‌ରେ ମହାନଦୀ ଭିତରକୁ ଯାଇଥିଲେ। ମାତ୍ର ପ୍ରଖର ସ୍ରୋତରେ ବୋଟଟି ଓଲଟି ପଡ଼ିବାରୁ ନଦୀରେ ଭାସି ଯାଇଥିଲେ ଅରିନ୍ଦମ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!