Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଦ ହୋଇଯିବ ରେଲୱେ ଷ୍ଟେସନରେ କାମ କରୁଥିବା ବକ୍ସ ବୟଙ୍କ କାମ, ଚିନ୍ତାରେ ବକ୍ସ ବୟ

by ସଞ୍ଜୟ ସ୍ୱାଇଁ
September 30, 2021
in State
ବନ୍ଦ ହୋଇଯିବ ରେଲୱେ ଷ୍ଟେସନରେ କାମ କରୁଥିବା ବକ୍ସ ବୟଙ୍କ କାମ, ଚିନ୍ତାରେ ବକ୍ସ ବୟ
127
VIEWS
Share on FacebookShare on Twitter

ଟିଟିଲାଗଡ଼, (ବାଘୁଆବାର୍ତ୍ତା): ରେଲୱେ ଷ୍ଟେସନରେ କାମ କରୁଥିବା ବକ୍ସ ବୟଙ୍କ ପାଇଁ ବଢ଼ିଲା ଚିନ୍ତା। ବନ୍ଦ ହୋଇଯିବ ବକ୍ସ ବୟଙ୍କ କାମ। ଯାହାଫଳରେ ଏବେ ସେମାନେ ଜୀବିକା ହରାଇବାକୁ ବସିଛନ୍ତି। ଆଉ ରେଲୱେର ଏଭଳି ନିଷ୍ପତ୍ତିକୁ ବକ୍ସ ବୟମାନେ ବିରୋଧ କରିଛନ୍ତି। ଟିଟିଲାଗଡ଼ ରେଳ ଷ୍ଟେସନରେ ବକ୍ସବୟ ଭାବେ କାମ କରୁଥିବା ୧୨ରୁ ୧୫ ଜଣ ଯୁବକ ଗତ ୨୦ରୁ ୨୫ ବର୍ଷ ହେଲା ଏକ ଠିକାଦାରଙ୍କ ଅଧିନରେ କାମ କରୁଥିଲେ। ଆଉ ଏହି କାମରୁ ଯାହା କିଛି ମିଳୁଥିଲା, ସେଥିରେ ସେମାନଙ୍କ ପରିବାରର ଗୁଜରାଣ ମେଣ୍ଟୁଥିଲେ। ହେଲେ ରେଲୱେ ସମ୍ବଲପୁର ଡିଭିଜନର ମନମୁଖୀ କାମ ଯୋଗୁ ଏବେ ଏମାନେ ଜୀବିକା ହରାଇବାକୁ ବସିଛନ୍ତି। ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ୍ ପାଇଲଟ, ଗାର୍ଡ ଓ ଅନ୍ୟାନ୍ୟ ରନିଙ୍ଗ ଷ୍ଟାଫର ପରିବର୍ତ୍ତନ ହୋଇଥାଏ। ଏହି ଷ୍ଟାଫମାନଙ୍କର ବାକ୍ସକୁ ଟ୍ରେନକୁ ଚଢାଇବା ଓ ଓହ୍ଲାଇବା କାମ ଏହି ବକ୍ସ ବୟଙ୍କର ହୋଇଥାଏ। ଏହି କାମ କରି ଯୁବକମାନେ ନିଜ ପରିବାର ପୋଷଣ କରୁଥିଲେ। ହେଲେ ବର୍ତ୍ତମାନ ରେଳ ବିଭାଗ ଏହି ବାକ୍ସ ଚଢାଇବା କାମ ବନ୍ଦ କରୁଥିବାରୁ ଯୁବକମାନେ ନିଜ ଜୀବିକା ହରାଇବା ପରିସ୍ଥିତିରେ ପହଞ୍ଚିଛନ୍ତି। ଯାହା ଫଳରେ ଯୁବକମାନେ ରେଳ ବିଭାଗର ଏଭଳି ପଦକ୍ଷେପକୁ ବିରୋଧ କରି ବର୍ତ୍ତମାନ କାମ ବନ୍ଦ କରିଛନ୍ତି। ଭାରତର ସମସ୍ତ ଡିଭିଜନରେ ଏହି କାମ ଚାଲୁ ରହିଥିବା ବେଳେ କେବଳ ସମ୍ବଲପୁର ଡିଭିଜନରେ କାହିଁକି ଏହା ବନ୍ଦ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଏହି ବକ୍ସ ବୟ। ଏହା ସହିତ ଏମାନେ ଏହାର କଡ଼ା ପ୍ରତିବାଦ କରିବେ ବୋଲି କହିଛନ୍ତି। ତା’ ଛଡ଼ା ରେଳ ବିଭାଗ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ନକଲେ ଆଗକୁ ଆନ୍ଦୋଳନ କରିବେ ବୋଲି ଏମାନେ କହିଛନ୍ତି। ଏ ସମ୍ପର୍କରେ ଏଡିଏମଇ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!