Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋରାପୁଟରେ ଖଣି ସପକ୍ଷବାଦୀଙ୍କ ରାଲି

by ସଞ୍ଜୟ ସ୍ୱାଇଁ
September 30, 2021
in State
କୋରାପୁଟରେ ଖଣି ସପକ୍ଷବାଦୀଙ୍କ ରାଲି
36
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟରେ ଖଣି ସପକ୍ଷବାଦୀଙ୍କ ରାଲି । ମାଳି ପର୍ବତରୁ ବକ୍ସାଇଟ୍ ଖନନଜୁ ସମର୍ଥନ ଜଣାଇଛନ୍ତି ୪ଟି ପଞ୍ଚାୟତର ଲୋକେ । ତୁରନ୍ତ ଖଣି ଖନନ କରାଗଲେ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଲୋକେ ଦାବି କରିଛନ୍ତି । ଖଣି ଖନନ କରିବା ନେଇ ଜନ ଶୁଣାଣି କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ବହୁ ସଂଖ୍ୟାରେ ଲୋକେ ଖଣି ଖନନ କରିବାକୁ ଚାହୁଁଥିବା ବେଳେ କିଛି ଲୋକଙ୍କ ବିରୋଧ ଯୋଗୁଁ ଖଣି ଖନନ ହୋଇପାରୁନାହିଁ । ଏଣୁ ସଂଖ୍ୟାଧିକ ଲୋକଙ୍କ ମତ ଓ ସ୍ବାର୍ଥକୁ ନେଇ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ଖଣି ସପକ୍ଷବାଦୀ ଦାବି କରିଛନ୍ତି । ଗତ ୨୨ ତାରିଖରେ ସେମିଳିଗୁଡା ଥାନା କଙ୍କଡା ଆମ୍ବଠାରେ ଖଣି ଖନନ ନେଇ ପରିବେଶ ବିଭାଗର ଜନ ଶୁଣାଣି ଆୟୋଜନ ହୋଇଥିଲା । ହେଲେ ଜନଶୁଣାଣିକୁ ମାଳି ପର୍ବତ ସୁରକ୍ଷା ସମିତିର ଶତାଧିକ ସମର୍ଥକ ବିରୋଧ କରିଥିଲେ । ଯେଉଁଥିପାଇଁ ଜନଶୁଣାଣିକୁ ଅଧାରେ ବନ୍ଦ କରିଥିଲା ପ୍ରଶାସନ । କୋରାପୁଟ ସେମିଳିଗୁଡା ଓ ପଟାଙ୍ଗି ତହସିଲର ଆଲିଗାଁ, ସୋରିଷ ପଦର, କଙ୍କଡା ଆମ୍ବ ଗ୍ରାମର ୨୬୮.୧୧ ହେକ୍ଟର ପରିମିତ ଅଞ୍ଚଳରେ ଥିବା ମାଳି ପର୍ବତରୁ ବାର୍ଷିକ ୦.୬ ନିୟୁତ ଟନ୍ ବକ୍ସାଇଟ ଉତ୍ତୋଳନ କରିବାକୁ ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡକୁ ମିଳିଛି ଖଣି ଲିଜ୍ । କିନ୍ତୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଖଣି ଖନନ ସମ୍ଭବ ପର ହେଉନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!