Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସିଲା ଅକ୍ଟୋବର ମାସ ପାଇଁ ଗାଇଡଲାଇନ୍, କଟକ-ଭୁବନେଶ୍ୱରରେ ରାତି ୮ଟାରୁ କର୍ଫ୍ୟୁ

by ସଞ୍ଜୟ ସ୍ୱାଇଁ
September 30, 2021
in State
ଆସିଲା ଅକ୍ଟୋବର ମାସ ପାଇଁ ଗାଇଡଲାଇନ୍, କଟକ-ଭୁବନେଶ୍ୱରରେ ରାତି ୮ଟାରୁ କର୍ଫ୍ୟୁ
495
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସିଲା ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍। ପାର୍ବଣ୍ୟ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ। ଏ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି। ଏସଆରସି କହିଛନ୍ତି ଯେ ଆଗକୁ ପୂଜା ପର୍ବପାବଣ୍ୟ ଆସୁଛି। ତେଣୁ ଏଥିପାଇଁ ସତର୍କ ରହିବା ନିହାତି ଦରକାର। ବିଶେଷକରି ଭିଡ଼ ନକରିବା ଏବଂ ଭିଡ଼ ଭିତରକୁ ନଯିବା ପାଇଁ ସେ କହିଛନ୍ତି। ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇନାହିଁ। କେବଳ କଟକ ଓ ଭୁବନେଶ୍ୱର ସହର ପାଇଁ କଟକଣା ସାମାନ୍ୟ କଡ଼ାକଡ଼ି କରାଯାଇଛି। କଟକ ଓ ଭୁବନେଶ୍ୱର ଅକ୍ଟୋବର ୧୧ ତାରିଖରୁ ୨୦ ଯାଏ ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ। ଅର୍ଥାତ୍ ଏହି ଦୁଇଟି ଜିଲ୍ଲାର ସହରାଞ୍ଚଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଏସଆରସି। ସେହିପରି ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ। ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଜାରି କରାଯାଇଛି। ସେହିପରି ସେପ୍ଟେମ୍ବର ମାସ ପାଇଁ ବିବାହ ଓ ଅନ୍ତେଷ୍ଟି ଆଦି ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ବଳବତ୍ତର ରଖିଛନ୍ତି। ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି, ବରପକ୍ଷ, କନ୍ୟାପକ୍ଷ ଆଦି ସମସ୍ତଙ୍କୁ ମୋଟ ୨୫୦ଜଣ ସାମିଲ ହୋଇପାରିବେ। ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ। ବ୍ୟାଣ୍ଡ-ବାଜା ସହ ବର ସହ ସର୍ବାଧିକ ୫୦ଜଣ ଲୋକ ରୋଷଣୀ କରି ଯାଇପାରିବେ। କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ। ସେହିପରି ମଲ, ସିନେମା ହଲ୍ ଆଦି ଖୋଲା ରହିବ। ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଦି କାର୍ୟ୍ୟକ୍ରମ ଉପରେ ପୂର୍ବବତ କଟକଣା ବଳବତ୍ତର ରହିବ। ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଗୁଡ଼ିକରେ କେବଳ ସରକାରୀ କାର୍ୟ୍ୟକ୍ରମ ହୋଇପାରିବ। ସମ୍ପୃକ୍ତ ସମ୍ମିଳନୀ କକ୍ଷର ସିଟ୍ କ୍ଷମତା ଅନୁସାରେ ଲୋକେ ସାମିଲ ହୋଇପାରିବେ ଓ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ଏସବୁ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଭାସମିତି ପାଇଁ ଅନୁମତି ଦିଆଯିବ ନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!