Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା

by ସଞ୍ଜୟ ସ୍ୱାଇଁ
September 30, 2021
in State
ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା
67
VIEWS
Share on FacebookShare on Twitter

ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ଆଶ୍ବୀନ ମାସ ମୂଳାଷ୍ଟମୀରେ ସାରା ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା । ହେଲେ ସୁବର୍ଣ୍ଣପୁର ଗଡଜାତରେ ଏହି ପୂଜାର ସ୍ୱତନ୍ତ୍ରତା ରହିଛି । ସନ୍ତାନମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଆ ମାନେ ଅତି ନିଷ୍ଠାର ସହ ଏହି ଓଷା ପାଳନ କରିଛନ୍ତି । ଏହି ଦିନ ମାଆ ମାନେ ମାଆ ଦୁର୍ଗାଦେବୀଙ୍କ ଶରଣାପନ୍ନ ହୋଇଥାନ୍ତି ପୁଅର ମଙ୍ଗଳ ଓ ଦୀର୍ଘାୟୁ କାମନା କରି । ପ୍ରତିଟି ସନ୍ତାନ ପାଇଁ ୧୦୮ଟି ଅଖତ ଦୂବ, ୧୦୮ଟି ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲକୁ ନେଇ ଜିଉନ୍ତିଆକୁ ବିଡାବାନ୍ଧି ସମର୍ପଣ କରିଥାନ୍ତି ଦୂତିବାହାନଙ୍କ ନିକଟରେ । ତା ପରଦିନ ସକାଳେ ସମର୍ପିତ ଦୂବ,ଚାଉଳ ବିଡାକୁ ନେଇ ପୁଅକୁ ବନ୍ଦାଇଥାନ୍ତି । ବିଶ୍ୱାସ ରହିଛି ଏହା ଦ୍ୱାରା ସନ୍ତାନର ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ଦୀର୍ଘାୟୁ ହୋଇଥାନ୍ତି । ମନ୍ତ୍ର, ତନ୍ତ୍ରର ନିଦର୍ଶନ ପୁଅଜିଉନ୍ତିଆ ପର୍ବ । ଦେବୀ ଦୁର୍ଗାଙ୍କ ଆସନ ପାଇଁ ମାଟିରେ ଖୋଲାଯାଏ ତିନୋଟି ବର୍ଗାକାର ଯନ୍ତ୍ର । ପରେ ଯନ୍ତ୍ରର ମଧ୍ୟ ଭାଗରେ ଦେବୀ ଦୁର୍ଗାଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରାଯାଏ ତନ୍ତ୍ର ପଦ୍ଧତିରେ । ଧୂପ ,ଦ୍ୱୀପ ନୈବେଦ୍ୟ ନେଇ ଦୂତିବାହନ ପୁରାଣ ପାଠରେ ମାଆ ଦୁର୍ଗାଙ୍କୁ ଆରଧାନା କରିଥାନ୍ତି ପୁଅର ମଙ୍ଗଳ ପାଇଁ । ଏହି ପୂଜା ନିଷ୍ଠାର ସହ ପାଳନ କରିବା ପାଇଁ ମାଆ ମାନେ ଦିନ ଯାକ ନିର୍ଜଳା ଉପବାସ କରି ଦେବୀ ଦୁର୍ଗାଙ୍କ ସହ ବୃକ୍ଷ ଓ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!