Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାକୁ ହତ୍ୟା କରି ପ୍ରେମିକ ହୋଇଥିଲେ ଫେରାର, ନୟାଗଡ଼ରେ ହେଲେ ଗିରଫ

by ସଞ୍ଜୟ ସ୍ୱାଇଁ
September 30, 2021
in Crime, State
ପ୍ରେମିକାକୁ ହତ୍ୟା କରି ପ୍ରେମିକ ହୋଇଥିଲେ ଫେରାର, ନୟାଗଡ଼ରେ ହେଲେ ଗିରଫ
941
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭରତପୁର ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ୍। ମୃତ ଯୁବତୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ପଳାଇ ଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ପୁଲିସ ଭୁବନେଶ୍ୱର ଆଣିଛି। ଅଭିଯୁକ୍ତର ପ୍ରକୃତ ନାଁ ଶେଖ୍ ଫରିଦ୍ ଓରଫ୍ କାର୍ତ୍ତିକ। କମିଶନରେଟ୍ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଶେଖ୍ ଉକ୍ତ ଯୁବତୀଙ୍କ ତଣ୍ଟିକୁ ଓଢ଼ଣୀରେ ଚିପି ହତ୍ୟା କରିଥିଲା। ଏହାପରେ ସେ କୋଲକତା ପଳାଇଯାଇଥିଲା। ସେଠାରେ କିଛି ଦିନ ରହିବା ପରେ ସେ ନୟାଗଡ଼ର ଏକ ଜଙ୍ଗଲରେ ଲୁଚି ରହିଥିଲା। ସେଠାରୁ କନ୍ଧମାଳ ପଳାଇବାକୁ ଯୋଜନା କରିଥିବା ବେଳେ ପୁଲିସ ତାକୁ ଧରିଥିଲା। କମିଶନରେନ ପୁଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ୨୨ବର୍ଷ ତଳେ ଶେଖ୍ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଓଡ଼ିଶା ଆସିଥିଲା। ଏଠାରେ ସେ ପରିଚୟ ବଦଳାଇ ରାଜମିସ୍ତ୍ରୀ ଭାବେ କାମ କରୁଥିଲା। କଟକରେ ସ୍ତ୍ରୀ ଓ ନିଜ ପରିବାର ସହ ରହିବା ବେଳେ ଯୁବତୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଦୁଇ ଜଣ ଆସି ମହାବୀର ବସ୍ତିରେ ରହୁଥିଲେ। ଗତ ୭ ତାରିଖରେ ଘର ଭିତରୁ ଯୁବତୀଙ୍କ ମୃତଦେହ ମିଳିଥିଲା। ଅନୈତିକ ସମ୍ପର୍କ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି। ସୂଚନାଯୋଗ୍ୟ, ଯୁବତୀ ଓ ଶେଖ୍ ମହାବୀର ବସ୍ତିରେ ଭଡ଼ା ଘରେ ରହୁଥିଲେ। ଘରୁ ବାହାରିଲା ବେଳେ ଉଭୟ ମୁହଁ ଢାଙ୍କି ବାହାରକୁ ଯାଉଥିଲେ। ପଡ଼ୋଶୀଙ୍କ ସହ କଥା ହେଉନଥିଲେ। ଭଡ଼ା ରହିବା ସମୟରେ ଆଧାରକାର୍ଡ ବା ଭୋଟର ପରିଚୟପତ୍ର ଦେବାକୁ ଘର ମାଲିକ କହିଥିଲେ। ମାତ୍ର ସେମାନେ ଆଜି କାଲି କହି ଦେଉନଥିଲେ। ଯୁବତୀ ଓ ଶେଖ୍ ଭଡ଼ା ରହୁଥିବା ଘର ୪ରୁ ୫ ଦିନ ତାଲା ପଡ଼ିଥିବା ପଡୋଶୀ ଦେଖିଥିଲେ। ଏହାସହ ଘରୁ ଭିତରୁ ପଚା ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ। ଏନେଇ ପଡ଼ୋଶୀମାନେ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ଏନେଇ ପୁଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ତାଲା ଭାଙ୍ଗି ମୃତଦେହକୁ ଉଦ୍ଧାର କରିଥିଲା। ଗତ ୭ ତାରିଖରେ ଘର ଭିତରୁ ଗୀତାଙ୍କ ମୃତଦେହ ମିଳିଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!