ନୟାଗଡ଼, (ବାଘୁଆବାର୍ତ୍ତା): ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ ହୋଇଛି । ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତର ଚମ୍ପତ୍ତିପୁର ତଳସାହି ବାସିନ୍ଦା ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ (୩୨) ମୃତ ହୋଇଛି । ସୁଚନାନୁସାରେ ଉକ୍ତ ଯୁବକ ଭୋର ୪.୩୦ ସମୟରେ ନିଜ ଘରର ବାଡ଼ିପଟକୁ ଶୌଚ ହୋଇ ପାଇଁ ପାଇଖାନାକୁ ଯାଇଥିଲେ । ଶୌଚ ହୋଇ ଫେରିବା ସମୟରେ ଏକ ବିଶାକ୍ତ ସାପ କାମୁଡ଼ିଥିଲା । ପରିବାର ଲୋକ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ତାଙ୍କ ପତ୍ନୀ ଗିତାଞ୍ଜଳି ଜେନା ପୋଷ୍ଟମଟମ କରିବା ପାଇଁ ଇଟାମାଟି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।






