Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କର ମୃତ୍ୟୁ କେମିତି ହେଲା

by ସଞ୍ଜୟ ସ୍ୱାଇଁ
September 29, 2021
in Crime, State
ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କର ମୃତ୍ୟୁ କେମିତି ହେଲା
98
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ଥିଲେ ନରେନ୍ଦ୍ର ଗିରି। ତାଙ୍କର ମୃତ୍ୟୁ କେମିତି ହେଲା? ଏହାର ତଦନ୍ତ ସିବିଆଇ କରୁଥିବା ବେଳେ ନରେନ୍ଦ୍ର ଗିରିଙ୍କ ଓଡ଼ିଶା ଲିଙ୍କ ସାମ୍ନାକୁ ଆସିଛି। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ପାଣିଷଣ୍ଡା ଗାଁରେ ବୋଲି ଜଣାପଡ଼ିଛି। ତାଙ୍କର ଦୁଇ ଭାଇ ଓ ତିନି ଭଉଣୀ ଅଛନ୍ତି। ତାଙ୍କ ପରିବାର ଲୋକେ ଆଜି ଏହି ଦାବି କରିଛନ୍ତି। ଭୋଗରାଇ ବ୍ଲକ୍‌ ପାଣିଷଣ୍ଡା ଗାଁରେ ଜନ୍ମଗ୍ରହଣ କରିଥିଲେ ନରେନ୍ଦ୍ର ଗିରି। କୋମଳ ବୟସରେ ବାପା ସନାତନଙ୍କ ସହିତ ପାଟିତୁଣ୍ଡ କରି ଘର ଛାଡ଼ି ଥିଲେ। ଯାହା ଯାଇଥିଲେ, ଆଉ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର ପତ୍ତା ପାଇନଥିଲେ। ପୁଅର ମୁହଁ ଦେଖି ନପାରି ଆର ପାରିକୁ ଚାଲିଗଲେ ବାପା-ମାଆ। ଏବେ ଗାଁରେ ଦୁଇ ସାନ ଭାଇ ପୂର୍ଣ୍ଣଚନ୍ଦ୍ର ଓ ଲକ୍ଷ୍ମୀକାନ୍ତଙ୍କ ସମେତ ତିନି ଭଉଣୀ ଅଛନ୍ତି। ମହନ୍ତ ନରେନ୍ଦ୍ର ଗିରିଙ୍କ ମଝିଆଁ ଭାଇ ପୂର୍ଣ୍ଣଚନ୍ଦ୍ରଙ୍କ କହିବା ଅନୁସାରେ ଆଜକୁ ୧୦ ବର୍ଷ ତଳେ ନରେନ୍ଦ୍ର ଗିରି ଘରକୁ ଆସିଥିଲେ। ୧୫ ଦିନ ଘରେ ରହିଥିଲେ। ଘର ଛାଡ଼ିବା ପରେ ସେ ଅଯୋଧ୍ୟାରେ ରହୁଥିଲେ। ଆଉ ଆମକୁ ଅଯୋଧ୍ୟା ଯିବାକୁ କହିଥିଲେ। କିନ୍ତୁ ଆର୍ଥିକ ଦୁରବସ୍ଥା ପାଇଁ ଯାଇପାରି ନଥିଲୁ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ସେହି ବର୍ଷଠାରୁ ସେ ମହନ୍ତ ହୋଇଯିବାରୁ ଆଉ ଆମ ଘର ସହିତ କୌଣସି ଯୋଗାଯୋଗ କରିନାହାନ୍ତି। ତା’ କପାଳରେ ଥିବା କଟା ଦାଗ ଦେଖି ଆମେ ଚିହ୍ନୁଛୁ ବୋଲି ମଝିଆଁ ଭାଇ ପୂର୍ଣ୍ଣଚନ୍ଦ୍ର ଓ ସାନ ଭାଇ ଲକ୍ଷ୍ମୀକାନ୍ତ କହିଛନ୍ତି। ତାଙ୍କ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦୁଇ ଭାଇ ଦାବି କରିଛନ୍ତି। ୨୦ ତାରିଖ ସନ୍ଧ୍ୟାରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ସ୍ଥିତ ବାଘମ୍ବରି ମଠରୁ ମହେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ମହନ୍ତ ଗିରିଙ୍କୁ ଶେଷଥର ପାଇଁ ୨୦ ତାରିଖ ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା। ତାଙ୍କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ। ଶେଷରେ ସେମାନେ କବଟା ଭାଙ୍ଗିଥିଲେ। ଏହି ସମୟରେ ରୁମ ମଧ୍ୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ରୁମରୁ ଗୋଟିଏ ସୁଇସାଇଡ୍‌ ନୋଟ୍‌ ମିଳିଥିଲା। ଏଥିରେ ସେ ତାଙ୍କ ଇଚ୍ଛା ଓ ତାଙ୍କୁ ସମସ୍ୟାରେ ପକାଉଥିବା ଲୋକଙ୍କ ନାଁ ଲେଖିଛନ୍ତି। “ମୁଁ ସବୁବେଳେ ଆତ୍ମ ସମ୍ମାନର ସହ ବଞ୍ଚିଛି। ଅପମାନିତ ହୋଇ ଜୀବନ ବିତାଇବା ମୋ ପକ୍ଷେ ସମ୍ଭବ ନୁହେଁ। ତେଣୁ ମୁଁ ଜୀବନ ହାରୁଛି” ବୋଲି ମହନ୍ତ ନରେନ୍ଦ୍ର ଗିରି ତାଙ୍କ ସୁଇସାଇଡ୍‌ ନୋଟରେ ଲେଖିଥିଲେ। ଜୀବନ ହାରିବା ପୂର୍ବରୁ ସେ ନିଜ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ଲେଖିଥିଲେ। ସେମାନେ ତାଙ୍କୁ ହଇରାଣ ଓ ଅପମାନିତ କରୁଥିବା କରୁଥିବାରୁ ସେ ଜୀବନ ହାରୁଥିବା କଥା ଉଲ୍ଲେଖ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!