ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ବର ଜଳ ସମ୍ପଦ ବିଭାଗ ଓଏଏସ ସୋନାଲି ସୁଭଦର୍ଶିନୀଙ୍କ ଘରୁ ଚୋରି ଘଟଣା। ୩ ଜଣ ଲୁଟେରା କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ଅଛନ୍ତି । ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ପୂର୍ବରୁ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଅଗଷ୍ଟ ୩୧ରେ ଘରେ କେହି ନଥିବା ବେଳେ ଦିନ ଦ୍ୱୀପହରେ ଘରୁ ଚୋରି କରିଥିଲେ । ଦୁଇ ଦୁଇ ଥର ଓଏଏସ୍ଙ୍କ ଘରୁ ଲୂଟ କରିଥିଲେ ଏହି ଲୁଟେରା । ସିସିଟିଭି ଭାଙ୍ଗି ହାର୍ଡଡିସ୍କ ମଧ୍ୟ ନେଇ ଯାଇଥିଲେ । ଗତକାଲି ରାତିରେ ଖଣ୍ଡଗିରି ଅଞ୍ଚଳରୁ ସମସ୍ତଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ପାଖରୁ ଚୋରି ହୋଇଥିବା ଟିଭି, ସୁନା, ଟଙ୍କା, ମୋବାଇଲ ଜବତ କରିଛି ପୋଲିସ । ଏହାସହିତ ଚୋରି ହୋଇଥିବା ହାଡ୍ଡିକ୍ସ ଏଯାଏଁ ଲୁଟେରାଙ୍କ ନିକଟରୁ ଜବତ ହୋଇପାରିନାହିଁ । ଲୁଟେରା ତିନି ଜଣ ହେଉଛନ୍ତି ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳର । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି ।






