Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଳଙ୍ଗା ଥାନାର ମାଲଖାନା ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍ଆଇ ତଅପୋଇ ନିଲମ୍ବିତ

by ସଞ୍ଜୟ ସ୍ୱାଇଁ
September 29, 2021
in State
ବଳଙ୍ଗା ଥାନାର ମାଲଖାନା ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍ଆଇ ତଅପୋଇ ନିଲମ୍ବିତ
142
VIEWS
Share on FacebookShare on Twitter

କୋଣାର୍କ, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନା ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍ଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି। କାର୍ୟ୍ୟରେ ଅବହେଳା ଯୋଗ ପୁରୀ ଏସ୍‌ପି କନୱର ବିଶାଲ ସିଂ ତାଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି। ବଳଙ୍ଗା ଥାନା ମାଲଖାନାରେ ଦାୟିତ୍ୱରେ ଏସ୍ଆ‌ଇ ତଅପୋଇ ନାୟକ ଥିଲେ। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ହୋଇଥିଲା। ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ ଉଡ଼ିଯାଇଥିଲା। ସୌଭାଗ୍ୟବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ବିସ୍ଫୋରଣରେ ଥାନାଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣ ସମୟରେ ଥାନାରେ ଅନ୍ୟ କୌଣସି କର୍ମଚାରୀ ନ ଥିଲେ। ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ପୁରୀ ଏସପି କନୱର ବିଶାଲ ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଏହାପରେ ଆଜି ବଳଙ୍ଗା ଥାନା ଏସ୍ଆଇଙ୍କୁ କାର୍ୟ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ଏସ୍‌ପି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!