ଆଠଗଡ଼, (ବାଘୁଆବାର୍ତ୍ତା): ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ଚଢାଉ। ବେଆଇନ ଭାବେ ରଖାଯାଇଥିବା କାଠ କୋଇଲାକୁ ଜବତ କରିଛି ବନବିଭଗ। ଚଢାଉ ବେଳେ ପ୍ରାୟ ୫୦ ବସ୍ତା କାଠ ଓ କୋଇଲା ଜବତ କରିଛି ବନ ବିଭାଗ। ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ କୋଇଲା ମାଫିଆମାନେ ଗଛ କାଟି କୋଇଲା ପ୍ରସ୍ତୁତ କରି ବିକ୍ରି ଉଦ୍ଦେଶ୍ୟରେ ରଖିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ଚଢାଉ କରିଥିଲା। ଚଢାଉ ବେଳେ ବେଆଇନ କାଠ ଓ କୋଇଲା ଜବତ କରିଛି ବନ ବିଭାଗ। ଚଢାଉ ବେଳେ ପ୍ରାୟ ୫୦ ବସ୍ତା କାଠ ଓ କୋଇଲା ଜବତ ହୋଇଥିବା ସୂଚନା ମିଳିଛି।






