Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା କାଲି ପିପିଲି ଉପନିର୍ବାଚନ ଲାଗି ୩୪୮ଟି ମତଦାନ କେନ୍ଦ୍ର କରାଯାଇଛି

by ସଞ୍ଜୟ ସ୍ୱାଇଁ
September 29, 2021
in Politics, State
ଆସନ୍ତା କାଲି ପିପିଲି ଉପନିର୍ବାଚନ ଲାଗି ୩୪୮ଟି  ମତଦାନ କେନ୍ଦ୍ର କରାଯାଇଛି
59
VIEWS
Share on FacebookShare on Twitter

ପିପିଲି, (ବାଘୁଆବାର୍ତ୍ତା): ରାତି ପାହିଲେ ପିପିଲି ଉପନିର୍ବାଚନ ଲାଗି ହେବ ଭୋଟଗ୍ରହଣ । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚି ସାରିଛି। ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି । ଆସନ୍ତା କାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେବ । ଏହି ଉପନିର୍ବାଚନରେ ପିପିଲିର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ମଣ୍ଡଳୀରେ ୩୪୮ଟି ମତଦାନ କେନ୍ଦ୍ର କରାଯାଇଛି । ଏସବୁ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ରହିଛି । ମତଦାତାଙ୍କ ପରିଚୟ ଜାଣିବା ଲାଗି ଭୋଟର କାର୍ଡ ସହ ୧୧ଟି ଅନ୍ୟ ପ୍ରମାଣପତ୍ର ବ୍ୟବହାର କରାଯାଇପାରିବ । ମତଦାନ ଲାଗି ୨୨୦୦ ପୋଲିଂ ପର୍ସେନାଲ୍ ନିଯୁକ୍ତ ହୋଇଛନ୍ତି । ସେହିପରି ମତଦାନକୁ ସୁରୁଖୁରରେ ସମ୍ପାଦନ କରିବା ଲାଗି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୱେବକାଷ୍ଟିଂ କିମ୍ବା ସିସିଟିଭି ସହ ଅନ୍ୟ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ରାଜ୍ୟ ପୋଲିସର ୨ ହଜାର ପୋଲିସ ପର୍ସନେଲ, ୩ କମ୍ପାନି କେନ୍ଦ୍ରୀୟ ଫୋର୍ସ ଓ ୩୨ଟି ମୋବାଇଲ ପାର୍ଟି ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ । କୋଭିଡ ଗାଇଡଲାଇନ୍ ଅନୁସାରେ ବୁଥରେ ସାମାଜିକ ଦୂରତ୍ୱ ସହ ମାସ୍କ, ସାନିଟାଇଜର୍ ନିୟମର ଅନୁପାଳନ ହେବ । ସେଥିଲାଗି ଡବଲ ଡୋଜ୍ ଟିକା ନେଇଥିବା କର୍ମଚାରୀଙ୍କୁ ହିଁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯାଇଛି । କୋଭିଡ୍ ଲାଗି ପ୍ରତି ବୁଥ୍‌ରେ ହଜାରେ ଭୋଟରଙ୍କ ମତଦାନ ଲାଗି ବ୍ୟବସ୍ଥା ହୋଇଛି । ଥର୍ମାଲ ସ୍କାନିଂ ସହ ବୁଥ୍‌ରେ ସାମାଜିକ ଦୂରତ୍ୱ ରକ୍ଷା , ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭୋଟରଙ୍କ ପାଇଁ ଗ୍ଲୋବସ୍ ବ୍ୟବସ୍ଥା ମଧ୍ୟ ହୋଇଛି। କେହି ଭୋଟର ଯଦି ଜ୍ୱରରେ ପୀଡିତ ଥିବେ ତେବେ ତାଙ୍କୁ ଚିରୁକୁଟି ଦିଆଯିବ ଓ ସେ ଶେଷ ଘଣ୍ଟାରେ ଆସି ମତଦାନ କରିବେ । ଅକ୍ଟୋବର ୩ ତାରିଖରେ ଭୋଟଗଣତି ହେବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!