Monday, June 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରଆଇଙ୍କୁ ଆକ୍ରମଣ ଘଟଣାରେ ତହସିଲ୍‌ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ

by ସଞ୍ଜୟ ସ୍ୱାଇଁ
September 28, 2021
in State
ଆରଆଇଙ୍କୁ ଆକ୍ରମଣ ଘଟଣାରେ ତହସିଲ୍‌ କର୍ମଚାରୀଙ୍କ  କଲମଛାଡ ଆନ୍ଦୋଳନ
188
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅଧିନ ଦୋଳସାହି ଆରଆଇ ଇତିଶ୍ରୀ ଖଟୁଆଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପ୍ରତିବାଦରେ କଲମ ଛାଡ ଆନ୍ଦୋଳନ । ତହସିଲ କାର୍ୟ୍ୟାଳୟର ସୁପରଭାଇଜର, ଆରଆଇଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ୟ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଗତ ୧୬ ତାରିଖରେ ଗଣ୍ଡପଡା, ଗଣେଶ୍ୱରପୁରରେ ସରକାରୀ କାର୍ୟ୍ୟରେ ଥିବାବେଳେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିବା ନେଇ ଆରଆଇ ଅଭିଯୋଗ କରିଥିଲେ । ଏନେଇ ତିହିଡି ଥାନାରେ ମାମଲା ରୁଜୁ କରାଯାଇଛି । ମାତ୍ର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ତିହିଡି ତହସିଲର ସମସ୍ତ କର୍ମଚାରୀ ଏକ ବୈଠକରେ ଆରଆଇଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଆଲୋଚନା କରିଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ଆକ୍ରମଣର ନିନ୍ଦା ପ୍ରସ୍ତାବିତ ହୋଇଥିଲା ଏବଂ ରାଜସ୍ବ ନିରୀକ୍ଷକଙ୍କ ଏତଲା ମୂଳେ କୌଣସି ସେଭଳି କାର୍ୟ୍ୟାନୁଷ୍ଠାନ ପୋଲିସ ପକ୍ଷରୁ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରଯାଇଥିଲା । ଏ ବାବଦରେ ପୋଲିସ ପକ୍ଷରୁ କାର୍ୟ୍ୟ ପନ୍ଥା ଗ୍ରହଣ ନିମନ୍ତେ ଅନୁରୋଧ କରାଯାଇଥିଲା । ମାତ୍ର ଏ ପର୍ୟ୍ୟନ୍ତ ପୋଲିସ ତରଫରୁ କୌଣସି କାର୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ତହସିଲଦାରଙ୍କୁ ଅବଗତ କରାଯାଇଥିଲା । ପୋଲିସ ତରଫରୁ ଉଚିତ କାର୍ୟାନୁଷ୍ଠାନ ତଥା ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ଏହି କଲମ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ସଂଘର କର୍ମକର୍ତ୍ତା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!