Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତୁଷାରକାନ୍ତ ସାହୁଙ୍କ ଆତ୍ମହତ୍ୟା ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ତୁଷାରଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବଡ଼ ଭଉଣୀ

by ସଞ୍ଜୟ ସ୍ୱାଇଁ
September 28, 2021
in Crime, State
ତୁଷାରକାନ୍ତ ସାହୁଙ୍କ ଆତ୍ମହତ୍ୟା ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ତୁଷାରଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବଡ଼ ଭଉଣୀ
80
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଆତ୍ମହତ୍ୟା ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ତୁଷାରଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବଡ଼ ଭଉଣୀ । ଗିରଫଦାରୀକୁ ଏଡାଇବାକୁ ପାଇଁ ହାଇକୋର୍ଟରେ ଏମାନେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଜଗତପୁର ଥାନାରେ ରୁଜୁ ହୋଇଥିବା ମାମଲାରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଉଭୟ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହି ମାମଲାରେ ଗତକାଲି ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ତୁଷାରକାନ୍ତଙ୍କ ପ୍ରେମିକା ଓ ତାଙ୍କ ବଡ ଉଭଣୀଙ୍କ କଥାରେ ଗିରଫ ଦୁଇ ତୁଷାରକାନ୍ତକୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ଅଗଷ୍ଟ ୩ ତାରିଖରେ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରାସ୍ତାରେ ସେମାନେ ତୁଷାରଙ୍କୁ ମାରଧର କରିଥିଲେ । ଏଥିରୁ ମୁକ୍ତି ପାଇବା ପାଇଁ ତୁଷାରକାନ୍ତ ଆତ୍ମହତ୍ୟା କରିଥିବା କହିଥିଲା ପୋଲିସ । ଗତ ୨୫ ତାରିଖରେ ତୁଷାରଙ୍କ ବାନ୍ଧବୀଙ୍କ ସମେତ ତାଙ୍କ ବଡ଼ ଭଉଣୀ ଓ ପୁରୁଷବନ୍ଧୁ ନାଁ ମାମଲା ରୁଜୁ କରିଥିଲା ପୋଲିସ । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟକୁ ଅବଗତ କରାଇଥିଲେ କଟକ ଡିସିପି । ତୁଷାର ଅଗଷ୍ଟ ୩ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ନେଇ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ନିଖୋଜ ପଛରେ ବାନ୍ଧବୀ ଓ ଅନ୍ୟ ୫ଜଣଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ, ଆଜି ଆୁଆ ଜାମିନ ଆବେଦନ କରିଛନ୍ତି ତୁଷାରଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବଡ ଭଉଣୀ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!