ବୋରିଗୁମ୍ମା, (ବାଘୁଆବାର୍ତ୍ତା): ପାଣି ପାଇଁ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ। ବୋରିଗୁମ୍ମା ସଦର ସ୍ଥିତ ମେରିଆ ମାର୍ଗ,ମଧୁସୂଦନ ମାର୍ଗ ଓ କରଣ ସାହି ରେ ପିଇବା ପାଣିକୁ ନେଇ ଦୀର୍ଘ ପନ୍ଦର ଦିନ ହେବ ସମସ୍ୟା ଲାଗି ରହିଛି । ଉକ୍ତ ତିନି ସାହିର ଲୋକେ ବାରମ୍ବାର ପ୍ରଶାସନକୁ ଗୁହାରି କରିଆସୁଥିଲେ ମଧ କେହି ଗୁହାରି ଶୁଣିଲେଣି ।ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି ମହିଳା । ଗତ କିଛିଦିନ ହେବ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବୋରିଗୁମ୍ମା ମୁଖ୍ୟ ରାସ୍ତା ୨୬ ନଂ ଏନ ଏଚରେ ଦୁଇ ପାର୍ଶ୍ଵରେ ଡ୍ରେନ କାର୍ୟ୍ୟ ଆରମ୍ଭ ହୋଇଛି । ଯାହାଫଳରେ ପିଇବା ପାଣି ଯୋଗାଣରେ ବାଧାପ୍ରାପ୍ତ ହେଉଛି । ଉକ୍ତ ଡ୍ରେନ ନିର୍ମାଣ ମନ୍ଥର ଗତିରେ ଚାଲିଛି । ତୁରନ୍ତ ଡ୍ରେନ କାର୍ୟ୍ୟ ଶେଷ କରି ପିଇବା ପାଣି ଯୋଗାଇ ଦେବା ପାଇଁ ମହିଳା ମାନେ ଆଜି ଏକତ୍ର ହୋଇ ହାଣ୍ଡି ,ତାଟିଆ ଧରି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ବୋରିଗୁମ୍ମା ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତିଙ୍କ ସହ ପୋଲିସ ଟିମ ଓ ଜାତୀୟ ରାଜପଥ ବିଭାଗ କର୍ମଚାରୀ ପହଂଚି ଥିଲେ । ଆଗାମୀ ପାଞ୍ଚ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୁ ମହିଳାମାନେ ହଟି ଥିଲେ।






