Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ଏବଂ ଡିଏଫ୍‌ଓଙ୍କୁ ଅନ୍ୟତ୍ର ବଦଳି କରାଯାଉ’ ବୋଲି ସୌମ୍ୟଙ୍କ ବାପା ଦାବି କରିଛନ୍ତି

by ସଞ୍ଜୟ ସ୍ୱାଇଁ
September 28, 2021
in Crime, State
ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ଏବଂ ଡିଏଫ୍‌ଓଙ୍କୁ ଅନ୍ୟତ୍ର ବଦଳି କରାଯାଉ’ ବୋଲି ସୌମ୍ୟଙ୍କ ବାପା ଦାବି କରିଛନ୍ତି
101
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ବୁଢ଼ିଆଣି ଜାଲ ପରି ଗୋଡ଼େଇ ହୋଇ ଯାଉଥିବା ବେଳେ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ବୋଲି ସୌମ୍ୟଙ୍କ ବାପା ଦାବି କରିଛନ୍ତି। ଆଜି କଟକରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ସେ ଲିଖିତ ଅଭିଯୋଗ କରିଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଭେଟିଲା ପରେ ସୌମ୍ୟଙ୍କ ବାପା କହିଛନ୍ତି, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଉ। ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ। ସମଗ୍ର ମାମଲାକୁ ମୂଳରୁ ତଦନ୍ତ କରାଯାଉ। ସେ ଆହୁରି କହିଛନ୍ତି, ପାରଳାଖେମୁଣ୍ଡିର ଏସିଏଫ୍‌ ଭାସ୍କର ରାଓ, ରୁଷିଆ ମନ୍ନଥ କୁମ୍ଭ, ପୂର୍ବତନ ସିକ୍ୟୁରିଟି ଗାର୍ଡ ଗଙ୍ଗା ପ୍ରଧାନ ଓ ମାଳି ଓ ଡ୍ରାଇଭର, ତହସିଲଦାର, ଓଆଇସି ମମତା ପଣ୍ଡା, ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ପାରଳାଖେମୁଣ୍ଡି ଫରେଷ୍ଟର ଡିଭିଜନ ଅଫିସରଙ୍କୁ ତଦନ୍ତ କରାଯାଉ ଏବଂ ମୋତେ ନ୍ୟାୟ ଦିଆଯାଉ। ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୭୫ ଦିନ ବିତି ଯାଇଥିବା ବେଳେ ଏପର୍ୟ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ସେପ୍ଟେମ୍ବର ୨୦ ତାରିଖରେ ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ଦୀର୍ଘ ୪ ଘଣ୍ଟା ଧରି ତାଙ୍କର ଲାଇ ଡିଟେକ୍ସନ୍‌ ଚେଷ୍ଟ କରାଯାଇଥିଲା। ବିଦ୍ୟାଭାରତୀଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ଯେମିତି- ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ? ସୌମ୍ୟ କିପରି ଭାବେ ଜଳିଗଲେ? ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା? ବୈବାହିକ ଜୀବନରେ କିଛି ବିବାଦ ଥିଲା କି? ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ ସତ ନା ମିଛ? କିଏ ଓ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା? ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଡିଟେକ୍ସନ ଟେଷ୍ଟ ବେଳେ ପଚରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇସାରିଛି। ଏସିଏଫ୍‌ ସୌମ୍ୟ ରଂଜନଙ୍କ ମୃତ୍ୟୁକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ସଫଳତା ମିଳିପାରିନି। ଆଜି ପର୍ୟ୍ୟନ୍ତ ପୁଲିସ ବା କ୍ରାଇମବ୍ରାଞ୍ଚ କାହାକୁ ଗିରଫ କରିପାରି ନାହିଁ। ଯାହାକୁ ନେଇ ମୃତ ସୌମ୍ୟଙ୍କ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!