ଗୌଡ଼ପାଲି, (ବାଘୁଆବାର୍ତ୍ତା): ଜମନକିରା ଥାନା ଗୌଡପାଲି ଫାଣ୍ଡି ବଡରମା ଘାଟିର ମଝିରେ ୩ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ। ରାଜପଥ ଦୀର୍ଘ ସମୟ ଧରି ଲାଗି ରହିଲା ଜାମ୍। ସୂଚନା ମତେ, ଜମନକିରାରୁ ସମ୍ୱଲପୁର ଆସୁଥିବା ୨ଟି ୧୮ ଚକିଆ ହାଇୱା (ଓଡ଼ି ୦୨ ବିଜି ୭୯୦୮ ଓ ଓଡ଼ି ୦୨ ବିଜି ୭୩୪୧) ଏବଂ ବିପରୀତ ପଟୁ ଆସୁଥିବା ଏକ ୧୪ ଚକିଆ ଟ୍ୟାଙ୍କର ଡବ୍ଲୁବି ୧୫ ଡି ୩୦୨୫ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ହେଇଥିଲା । ଫଳରେ ରାସ୍ତାର ଉଭୟ ପଟେ ଶତାଧିକ ଗାଡି ଛିଡା ହୋଇ ରହିଯାଇଛନ୍ତି । ତିନୋଟି ଯାକ ଗାଡିର ଡ୍ରାଇଭର ତଥା ଖଲାସି ସାମାନ୍ୟ ଆହତ ହେଇଛନ୍ତି । ଖବରପାଇ ଗୌଡପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ରାସ୍ତା ଜାମ୍କୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ।






