କଟକରୋଡ, (ବାଘୁଆବାର୍ତ୍ତା): ଦୀର୍ଘବର୍ଷ ଧରି ଲିଭ୍-ଇନ୍ ସମ୍ପର୍କରେ ରହିଲେ । ଅନ୍ୟୂନ ୬ ବର୍ଷ ପରେ ବିବାହ କଥା ଉଠିବାରୁ ଯୁବତୀଙ୍କୁ ପ୍ରତାରିତ କରିଛନ୍ତି ଜଣେ ପ୍ରେମିକ । ଏଭଳି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ଏୟାରଫିଲ୍ଡ ଥାନା ଫରେଷ୍ଟପାର୍କ ଅଞ୍ଚଳରେ ରହୁଥିବା ପ୍ରଦୀପ ସାହାଣୀ । ପୁଲିସ ସୂଚନା ଅନୁଯାୟୀ, ବୌଦ୍ଧ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅଭିଯୁକ୍ତ ୬ ବର୍ଷ ଧରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଭଡ଼ାଘରେ ଲିଭ-ଇନରେ ରହୁଥିଲେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ପ୍ରଦୀପ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଧୋକ୍କା ଦେଇଥିବା ନେଇ ଶନିବାର ଯୁବତୀ ଜଣଙ୍କ ଥାନାରେ ଅଭିେଯୋଗ କରିଥିଲେ । ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ।






