Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଲାଗି ଗଲା ନିଆଁ

by ସଞ୍ଜୟ ସ୍ୱାଇଁ
September 28, 2021
in State
କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଲାଗି ଗଲା ନିଆଁ
28
VIEWS
Share on FacebookShare on Twitter

କରଞ୍ଜିଆ, (ବାଘୁଆବାର୍ତ୍ତା): କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଅନେକ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇନାହିଁ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ସେଠାରେ ୫ରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ସତ୍ତ୍ୱେ କିପରି ନିଆଁ ଲାଗିଲା, ତାହା ତଦନ୍ତ ସାପେକ୍ଷ। ଟ୍ରେଜେରୀ ଅଫିସ୍‌ର ଜଣେ କର୍ମଚାରୀ ହେମେନ୍ଦ୍ର ମୁର୍ମୁ କହିଛନ୍ତି ଯେ ସାଢ଼େ ୪ଟା ପାଖାପାଖି ସେ ନିଆଁ ଲାଗିଥିବା ନେଇ ଖବର ପାଇଲେ। ସେତେବେଳେ ସେ ତାଙ୍କ ଘରେ ଥିଲେ। ସେ ପହଞ୍ଚିଲା ବେଳକୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ସାରିଥିଲା। ତେବେ ଅଗ୍ନିକାଣ୍ଡରେ କିଛି କମ୍ପ୍ୟୁଟର, ପ୍ରିଣ୍ଟର, ବହୁ ଫାଇଲପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ସେ କହିଛନ୍ତି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!