ଜୟପୁର, (ବାଘୁଆବାର୍ତ୍ତା): ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ କରିବା ଅଭିଯୋଗରେ ଜଣେ ଲୁଟେରାକୁ କାବୁ କରିଛି ଜୟପୁର ଟାଉନ ପୋଲିସ। ତା ନାଁ ହେଉଛି ବାଦଲ ନାଗ । ବାଦଲଙ୍କ ଠାରୁ ୩ ଗ୍ରାମ ସୁନା ସହ ଗୋଟିଏ ମଟର ସାଇକେଲ ଓ ଗୋଟିଏ ଛୁରୀ ମଧ୍ୟ ଜବତ କରିଛି ପୋଲିସ। ତା ନାଁରେ ଅନେକ ଅପରାଧିକ ମାମଲା ମଧ୍ୟ ରହିଥିବା କହିଛନ୍ତି ଜୟପୁର ଏସଡିପିଓ। ଗତ ୩ ତାରିଖ ଦିନ କୁମାରୀ ସାହୁ ନାମକ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ କରି ପୋଲିସ ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ। ଆଉ ଘଟଣାର ତଦନ୍ତ କରି ପୋଲିସ ବାଦଲକୁ କାବୁ କରିଛି।






