Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିଯୁକ୍ତ ପୁଅକୁ ମାରିବାକୁ ଆସିଥିଲା ମାତ୍ର ବଳି ପଡ଼ିଗଲା ମା’

by ସଞ୍ଜୟ ସ୍ୱାଇଁ
September 27, 2021
in Crime, State
ଅଭିଯୁକ୍ତ ପୁଅକୁ ମାରିବାକୁ ଆସିଥିଲା ମାତ୍ର ବଳି ପଡ଼ିଗଲା ମା’
61
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ପୁଅକୁ ମାରିବାକୁ ଆସିଥିଲା ଅଭିଯୁକ୍ତ । ମାତ୍ର ବଳି ପଡ଼ିଗଲା ମା’ । ଏକ ଅତର୍କିତ ଆକ୍ରମଣରେ ମା’ର ଜୀବନ ଚାଲି ଯାଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛି ବାପା। ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୁନାଡିହି ଗ୍ରାମରେ ଘଟିଛି । ମୃତା ମହିଳା ହେଲେ ବାଚି ଓରାମ । ତାଙ୍କ ସ୍ଵାମୀ ମଧୁ ଓରାମ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସର ପ୍ରାଥମିକ ତଦନ୍ତରୁ ଅନୈତିକ ସମ୍ପର୍କରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମୃତକଙ୍କ ପୁଅ ସହ ଅଭିଯୁକ୍ତଙ୍କ ପତ୍ନୀଙ୍କର ଦୀର୍ଘ ଦିନ ହେଲା ସମ୍ପର୍କ ରହି ଆସିଥିଲା। ଏହା ଜାଣି ଅଭିଯୁକ୍ତ ସୁଯୋଗ ଅପେକ୍ଷାରେ ଥିଲେ। ପୂର୍ବ ଯୋଜନା ମୁତାବକ ଗତକାଲି ରାତିରେ ସେ ବାଚିଙ୍କ ପୁଅକୁ ମାରିବାକୁ ତାଙ୍କ ଘରେ ପଶିଥିବା ବେଳେ ସେ କିନ୍ତୁ ଉପସ୍ଥିତ ନ ଥିଲେ। ଫଳରେ ଉଭୟ ବାପାମା’ ଆକ୍ରମଣର ଶିକାର ହେଲେ । ସୂଚନା ମୁତାବକ, ଗତ ରାତିରେ ବାଚି ଓରାମ ଓ ତାଙ୍କ ସ୍ଵାମୀ ମଧୁ ଓରାମ ଘରେ ଖିଆପିଆ ସାରି ଶୋଇଥିଲେ। ଘରର କବାଟ ଖୋଲାଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ଅଚାନକ ପଶିଯାଇ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ବାଚିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମଧୁଙ୍କୁ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାଙ୍କୁ ବୁର୍ଲା ମେଡିକାଲକୁ ପଠା ଯାଇଛି । ସେଠାରେ ତାଙ୍କର ଅବସ୍ଥା ଗୁରୁତର ରହିଛି । ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଜଣକ ଘଟଣା ପରେ ଫେରାର ଥିବାରୁ ତାଙ୍କ ସନ୍ଧାନ ପାଇପାରିନି ପୁଲିସ୍‌। ବିଭିନ୍ନ ସ୍ଥାନରେ ପୁଲିସ୍‌ ଚଢ଼ାଉ ଜାରି ରଖିଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କ ସନ୍ଧାନ ପାଇବା ବୋଲି କହିଛି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!