Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳା ୮ ମାସ ଧରି ମୋବାଇଲ୍ ହ୍ୟାକ୍ କରି ରଖିଥିଲେ

by ସଞ୍ଜୟ ସ୍ୱାଇଁ
September 27, 2021
in Crime, State
ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳା ୮ ମାସ ଧରି ମୋବାଇଲ୍ ହ୍ୟାକ୍ କରି ରଖିଥିଲେ
152
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ହାସଲ୍‌ କରିଥିବା ରହସ୍ୟମୟୀ ମହିଳାଙ୍କ ବିଷୟରେ ସାମ୍ନାକୁ ଆସିଲା ନୂଆ ସୂଚନା। କ୍ରାଇମବ୍ରାଞ୍ଚ ରହସ୍ୟମୟୀ ମହିଳାଙ୍କ ବିଷୟରେ ଏହି ସୂଚନା ଦେଇଛି। କ୍ରାଇମବ୍ରାଞ୍ଚର କହିବା ଅନୁଯାୟୀ, ଏହି ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରି ରଖିଥିଲେ। ତା’ ପୁଣି ୮ ମାସ ଧରି ସେ ଏହି ମୋଇବାଲକୁ ହ୍ୟାକ୍ କରି ରଖିଥିଲେ। ଆଉ ଏହି ମୋଇବାଲ୍ ଜରିଆରେ ସେ ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଲୋକଙ୍କ ସହ ଯୋଗାଯୋଗ ରଖିଥିଲେ। କ୍ରାଇମବ୍ରାଞ୍ଚ ଆହୁରି କହିଛି ଯେ ଅଭିଯୁକ୍ତଙ୍କ ଲିଙ୍କରେ ଯେଉଁମାନେ ଥିଲେ, ସେମାନେ ସେହି ରହସ୍ୟମୟୀ ମହିଳାଙ୍କ ସହ କଥା ହେବା ପାଇଁ ନୂଆ ସିମ୍ କିଣିଥିଲେ। ମହିଳା ଜଣକ ଅଭିଯୁକ୍ତ ସଚିନ କୁମାର ଛତ୍ତାଙ୍କ ଜରିଆରେ ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ। ଆଉ ଏସବୁ କିଛି ରହସ୍ୟମୟୀ ମହିଳା ଜଣକ ବିଦେଶରେ ରହି ଅପରେଟ୍ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି। ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ରହସ୍ୟମୟୀ ମହିଳାଙ୍କୁ ନେଇ କିଛି ସାଙ୍ଘାତିକ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଡିଆର୍‌ଡିଓର ଗୁପ୍ତ ତଥ୍ୟ ହାସଲ ପାଇଁ ରହସ୍ୟମୟୀ ମହିଳା ସୋଶାଲ୍‌ ମିଡିଆରେ ୭ଟି ଆକାଉଣ୍ଟ ଖୋଲିଥିଲେ। ସେଥିରେ ମହିଳା ଜଣକ ଅଲଗା ଅଲଗା ଫଟୋର ଡିପି ଦେଇଥିଲା। ସେହି ଆକାଉଣ୍ଟରେ ରହସ୍ୟମୟୀ ମହିଳା ଜଣକ ଆଇଟିଆର୍‌ କର୍ମଚାରୀ ଓ ୪ ଠିକା କର୍ମଚାରୀଙ୍କ ସହିତ କଥା ହେଉଥିଲେ। ଏପରିକି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ମହିଳା ଜଣକ ବିବାହ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ସ୍ଥିତ ଘରକୁ ଆସିବାକୁ ଚାହୁଁଥିଲେ ରହସ୍ୟମୟୀ ମହିଳା। ସେହିପରି ରହସ୍ୟମୟୀ ମହିଳା ଜଣକ ସେମାନଙ୍କ ସହିତ ଭିଡିଓ କଲ୍‌ରେ କଥା ହୋଇଥିଲେ। ସେ ହିନ୍ଦୀ ଭାଷାରେ କଥା ହେଉଥିଲେ। ମହିଳା ଜଣକ ଯେଉଁ ଫୋନ୍ ନମ୍ବର ବ୍ୟବହାର କରୁଥିଲେ, ତାହା ସେ ୟୁକେର ଥିଲା। ଏବେ ସୁଦ୍ଧା ରହସ୍ୟମୟୀ ମହିଳାଙ୍କ ପ୍ରକୃତ ପରିଚୟ ଜଣାପଡ଼ି ନାହିଁ। ସେ ଏବେ କେଉଁଠି ଅଛନ୍ତି, ତାହା ଉପରେ ତର୍ଜମା ଚାଲିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲା। ସୂଚନାଯୋଗ୍ୟ, ଡିଆର୍‌ଡିଏର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ- ଆଇଟିଆର୍‌ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ। ମାମଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ଚୁପ୍ତ ତଥ୍ୟ ଚୋରି ଅଭିଯୁକ୍ତରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!