ବଲାଙ୍ଗୀର, (ବାଘୁଆବାର୍ତ୍ତା): କାଲି ଭାରତ ବନ୍ଦ । ଏଥିପାଇଁ ବଲାଙ୍ଗୀର ଜିଲ୍ଲାରେ ୭ ରୁ ଅଧିକ ଚାଷୀ ସଙ୍ଗଠନ ମେଳି କରିଛନ୍ତି । କାଲିର ବନ୍ଦ ପାଇଁ ବଲାଙ୍ଗୀର ଜିଲ୍ଲାରେ ଯୋରଦାର ପ୍ରସ୍ତୁତି କରିବା ସହ ବନ୍ଦକୁ ସଫଳ କରିବା ପାଇଁ ଚାଷୀ ସଂଙ୍ଗଠନ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି । ଚାଷୀଙ୍କ ପାଇଁ ଅଣାଯାଇଥିବା ଆଇନକୁ କଳା ଆଇନ କହିବା ସହ ତିନୋଟି ଆଇନକୁ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦୀର୍ଘ ୯ ମାସ ଧରି ଦିଲ୍ଲୀଠାରେ ଚାଲିଥିବା ଆନ୍ଦୋଳନ ଏବେ ପୁରପଲ୍ଲିରେ ପହଞ୍ଚିଲାଣି । ଏନେଇ ବଲାଙ୍ଗୀର ଠାରେ କିଛି ଚାଷୀ ସଂଙ୍ଗଠନ ସମଗ୍ର ଓଡିଶାର ଚାଷୀ ସଂଙ୍ଗଠନକୁ ଏକତ୍ରିତ କରିବା ସହ ଚାଷୀଙ୍କ ହକ ପାଇଁ ଲଢେଇ କରିବାକୁ ଆଗକୁ ଆସିଛନ୍ତି । ବର୍ତ୍ତମାନ ସମୟରେ ୭ରୁ ଅଧିକ ସଙ୍ଗଠନ ସାମିଲ ହୋଇ ଆସନ୍ତା କାଲି ବନ୍ଦ ପାଳନ କରିବାକୁ ଯାଉଥିବା ବେଳେ ଚକଅଖ ସବୁ କିଛି ବନ୍ଦ କରିବାଯିବ । ସରକାରୀ, ବେସରକାରୀ କାର୍ୟ୍ୟାଳୟ ସହ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ସହଯୋଗ ଲୋଡିଛନ୍ତି ଚାଷୀ ସଙ୍ଗଠନ । ଏନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଯାଦବ ଭବନଠାରେ କରାଯାଇଛି । ଏଥିରେ ବିଭିନ୍ନ ଚାଷୀ ସଂଙ୍ଗଠନ ଯୋଗ ଦେଇଥିଲେ।






