Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମୁଦ୍ର ମଧ୍ୟରେ ଫସି ରହିଛି ଆନ୍ଧ୍ରପ୍ରଦେଶର ୪୦ରୁ ଉର୍ଦ୍ଧ୍ୱ ଟ୍ରଲର

by ସଞ୍ଜୟ ସ୍ୱାଇଁ
September 26, 2021
in State
ସମୁଦ୍ର ମଧ୍ୟରେ ଫସି ରହିଛି ଆନ୍ଧ୍ରପ୍ରଦେଶର ୪୦ରୁ ଉର୍ଦ୍ଧ୍ୱ ଟ୍ରଲର
105
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ୟ୍ୟପଲ୍ଲୀ ନିକଟ ସମୁଦ୍ର ମଧ୍ୟରେ ଫସି ରହିଛି ଆନ୍ଧ୍ରାପ୍ରଦେଶର ୪୦ରୁ ଉର୍ଦ୍ଧ୍ୱ ଟ୍ରଲର । ଉକ୍ତ ଟ୍ରଲରରେ ଫସି ରହିଥିବା ଶତାଧିକ ମତ୍ସ୍ୟଜିବୀମାନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବଳୟରେ ଉଦ୍ଧାର କରିବା ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ ଓ ବିଡ଼ିଓ ବିଶ୍ୱଜିତ ରାୟ । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ଆନ୍ଧ୍ରାରୁ ପ୍ରାୟ ୪୦ରୁ ୫୦ ଟ୍ରଲର ଯୋଗେ ମତ୍ସ୍ୟଜିବୀମାନେ ମାଛ ଧରିବା ନିମନ୍ତେ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟାର ପ୍ରକୋପରେ ସମୁଦ୍ର ଅଶାନ୍ତ ଯୋଗୁଁ ଗୋପାଳପୁର ବନ୍ଦର ପରିସରରେ ଜାହାଜ ଲାଗୁଥିବା ସ୍ଥାନରେ ଲଙ୍ଗର ପକାଇ ରହିଛନ୍ତି । ଏହାର ସୂଚନା ପାଇ ଆର୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ଛତ୍ରପୁର ତହସିଲଦାରଙ୍କୁ ସୂଚନା ଦେବା ପରେ ତହସିଲଦାର ନୀଳ ମାଧବ ଭୋଇ ଓ ବିଡ଼ିଓ ବିଶ୍ୱଜିତ ରାୟ ସମୁଦ୍ର ତଟବର୍ତ୍ତୀ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସମୁଦ୍ର ମଧ୍ୟରେ ଫସିଥିବା ମତ୍ସ୍ୟଜିବୀମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେଥି ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!