Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ୪ ପୋଲିସ୍‌ ଅଧିକାରୀ ନିଲମ୍ୱିତ

by ସଞ୍ଜୟ ସ୍ୱାଇଁ
September 26, 2021
in State
ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ୪ ପୋଲିସ୍‌ ଅଧିକାରୀ  ନିଲମ୍ୱିତ
387
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ପୋଲିସ ମାଡ଼ରେ ଯୁବକ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଏନେଇ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସର ଲାଠି ମାଡ଼ ଘଟଣାରେ ଡ୍ରାଇଭର ସମେତ ଚାରିଜଣ ପୋଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟରୁ ନିଲମ୍ୱନ କରାଯାଇଥିବା ଜଣାପଡ଼ିଛି । ବରଗଡ଼ରେ ଘଟିଥିବା ଉତ୍ତେଜନା ଓ ଲାଠିଚାର୍ଜ ଘଟଣାର ସ୍ଥିତି ସମୀକ୍ଷା କରିବାକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟନାରାୟଣ ପଙ୍କଜ ବରଗଡ଼ ପହଞ୍ଚି ଥିଲେ । ସେଠାରେ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବାରୁ ଏକ ଶାନ୍ତି କମିଟି ଗଠନ କରାଯାଇ ମୃତକଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରାଯାଇଥିଲା । ଏହି କମିଟିରେ ବରଗଡ଼ ଏସ୍ପି ରାହୁଲ ଜୈନ, ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ଉପସ୍ଥିତ ଥିଲେ । ତେବେ ଘଟଣାର ତଦନ୍ତ ପାଇଁ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ସେଲ ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡ଼ିଆଇଜି ଜୟନାରାୟଣ ପଙ୍କଜ । ଅନ୍ୟପକ୍ଷରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ସରକାରୀ ସ୍ତରରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବା ସହ ତାଙ୍କ ପରିବାରର ଜଣେ ସଦସ୍ୟକୁ ଚାକିରୀ ଦେବାକୁ ଦାବି କରିଛନ୍ତି । ମୃତବ୍ୟକ୍ତିଙ୍କ ଶବକୁ ଶବ ଵ୍ୟଵଛେଦ ଗୃହକୁ ପଠାଇ ସବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ସହରରେ ୫ ପ୍ଲାଟୁନ ପୋଲିସ ଫୋର୍ସମୁତୟନ କରାଯାଇଛି । ପୋଲିସ ମାଡ଼ରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଘଟଣାରେ ଡ୍ରାଇଭର ସମେତ ଚାରିଜଣ ପୋଲିସ କର୍ମଚାରୀଙ୍କୁ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରୁ ପ୍ରତ୍ୟାହାର କରି ନିଆଯାଇଛି । ସେମାନଙ୍କ ମଧ୍ୟରୁ ଜଣେ SI ମଙ୍ଗଲ କିସ୍କୋ, ASI ପିତାମ୍ବର ବେହେରା, ASI କ୍ଷୀରୋଦ୍ର ବିଶ୍ୱାଳ ଓ ହୋମଗାର୍ଡ ଗୋପବନ୍ଧୁ ଜଗଦଲା ବୋଲି ବରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!