Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ୍‌ର ଯବାନ ସୀତାରାମ ମୁର୍ମୁ

by ସଞ୍ଜୟ ସ୍ୱାଇଁ
September 26, 2021
in State
ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ୍‌ର ଯବାନ ସୀତାରାମ ମୁର୍ମୁ
178
VIEWS
Share on FacebookShare on Twitter

କରଞ୍ଜିଆ, (ବାଘୁଆବାର୍ତ୍ତା): ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ୍‌ର ଯବାନ ସୀତାରାମ ମୁର୍ମୁ। ତାଙ୍କ ଗାଁ ମୁକ୍ତାଝରିରେ ଆଜି ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁକ୍ରବାର ଦିନ କଟକ ମୁଣ୍ଡଳି ବ୍ରିଜ୍ ନିକଟରେ ବୋଟ୍ ବୁଡ଼ି ଘଟଣାରେ ନିଖୋଜ ଥିବା ସୀତରାମଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ଗାଁ ମୟୂରଭଞ୍ଜର ମୁକ୍ତାଝରିକୁ ଅଣାଯାଇଥିଲା। ତେବେ ପ୍ରଶାସନ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ପରିବାର ଲୋକେ ଶବକୁ ଗ୍ରହଣ କରି ନଥିଲେ। ସୀତାରାମଙ୍କ ମୃତଦେହରେ ଜାତୀୟ ପତାକା ରଖାଯାଇ ନଥିବା ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଠିକ୍ ସମୟରେ ନପହଞ୍ଚି ତାଙ୍କୁ ଅସମ୍ମାନିତ କରିଥିବା ଭଳି ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ। ଏହା ସହିତ ତାଙ୍କୁ ସହିଦ ମାନ୍ୟତା ଦେବା ସହିତ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ଭରଣପୋଷଣ ପାଇଁ ଉଚିତ୍ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ଦେବାକୁ ଦାବି କରି ମୃତଦେହକୁ ଗ୍ରହଣ କରି ନଥିଲେ। ତେବେ ମୟୂରଭଞ୍ଜସ ଏସ୍‌ପି ହୁର୍ଷିକେଶ ଖୁଲାରୀ, କରଞ୍ଜିଆ ଉପଖଣ୍ଡ ପୁଲିସ୍ ଅଧିକାରୀଙ୍କ ସେମତ ଠାକୁରମୁଣ୍ଡା ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ସୀତାରାମଙ୍କ ପରିବାର ଲୋକଙ୍କୁ ବୁଝାଇ ଥିଲେ। ସୀତାରାମଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେବା ପରେ ସେମାନେ ମୃତଦେହକୁ ଗ୍ରହଣ କରିଥିଲେ। ଦିନ ପ୍ରାୟ ୧୨ଟା ୪୫ ମିନିଟ୍‌ରେ ସୀତାରାମଙ୍କ ପରିବାର ଲୋକେ ମୃତଦେହ ଗ୍ରହଣ କରିବା ପରେ ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ କର୍ମ କରିବା ପାଇଁ ଘରକୁ ନେଇ ଯାଇଥିଲେ। ଗ୍ରାମବାସୀ ତଥା ବନ୍ଧୁବାନ୍ଧବ ଶେଷ ଦର୍ଶନ କରିବା ପରେ ତାଙ୍କ ମୃତଦେହକୁ ଏକ ବିରାଟ ପଟୁଆରରେ ଗାଁ ମଶାଣିକୁ ନିଆଯାଇଥିଲା। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ଆଲୋକ ମୁର୍ମୁ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଏସ୍‌ପି ହୁର୍ଷିକେଶ ଖୁଲାରୀ କହିଛନ୍ତି, ସୀତାରାମ ମୁର୍ମୁ ଓଡ୍ରାଫର ଜଣେ ବାହାଦୂର ଯବାନ ଥିଲେ। ସେ ଯେଉଁ କାର୍ୟ୍ୟ କରିଯାଇଛନ୍ତି ତାହା ଅତୁଳନୀୟ। ତାଙ୍କର କାର୍ୟ୍ୟକାଳରେ ସେ ୫୦୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ଏବେ ତାଙ୍କ ପରିବାରର ସମସ୍ତ ପ୍ରକାରର ଯତ୍ନ ନେବା ପାଇଁ ପଦକ୍ଷେପ ନିଆଯାଉଛି। ସେଇଟା ଆମର ଦାୟିତ୍ୱ। ମୁଣ୍ଡଳିରେ ମହାନଦୀରେ ଏକ ହାତୀ ଫସି ଯାଇଥିବା ବେଳେ ସୀତାରାମ ତାଙ୍କର ଆଉ କିଛି ସହଯୋଗୀ ସହିତ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ। ସେମାନେ ବୋଟ୍ ନେଇ ନଦୀ ଭିତରୁ ହାତୀକୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ସେହି ସମୟରେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ରେ ଓଲଟି ପଡ଼ିଥିଲା। ଫଳରେ ସୀତରାମ ଭାସି ଯାଇଥିଲେ। ସୀତରାମଙ୍କ ସହିତ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା। ଅରିନ୍ଦମ ଖବର ପ୍ରସାରଣ ପାଇଁ ଓଡ୍ରାଫ୍ ଟିମ୍ ସହିତ ଯାଇଥିଲେ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!