ନୂଆପଡା, (ବାଘୁଆବାର୍ତ୍ତା): ପାଣିକୁ ଡେଇଁଲେ ପ୍ରେମୀଯୁଗଳ । ନୂଆପଡା ଗୋଧସ୍ ଜଳପ୍ରପାତ ଉପରୁ ଡେଇଁ ଦୁଇ ଯୁବକ ଯୁବତୀ ନିଖୋଜ ହୋଇଯାଇଛନ୍ତି । ସେମାନେ ପ୍ରେମିକ-ପ୍ରେମିକା ହୋଇଥିବା ଆଲୋଚନା ହେଉଛି । ରବିବାର ସକାଳେ ପ୍ରେମୀଯୁଗଳ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣା ସ୍ଥଳରେ ଧରମବନ୍ଧା ପୋଲିସ ଓ ନୂଆପଡା ଅଗ୍ନିଶମ ବିଭାଗ ପହଁଚି ଖୋଜାଖୋଜି କରୁଛନ୍ତି । ତେବେ ଉଭୟଙ୍କର କୌଣସି ପତ୍ତା ମିଳିପାରି ନାହିଁ । ତେବେ ଜଳପ୍ରପାତ ଉପରେ ଗୋଟିଏ ଗଛରେ ଏକ ରଶିରେ ଯୁବକଙ୍କ ଡ୍ରେସ,ରୁମାଲ,ଟର୍ଚ୍ଚ ଲାଇଟ ସହ ଏକ ଜରି ପୁଡିଆ ଓ ହାତଲେଖା କିଛି କାଗଜ ରହିଛି । ପ୍ରେମୀଯୁଗଳ ପଡୋଶୀ ଛତିଶଗଡ଼ ଗରିଆବନ୍ଧ ଅଞ୍ଚଳର ବୋଲି ଅନୁମାନ କରା ଯାଉଛି ।






