ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୁଲ୍-ଆବ୍ ବାତ୍ୟା ପାଇଁ ୨୮ ଟ୍ରେନ୍ ବାତିଲ କରାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ସେହିପରି ୫ଟି ଟ୍ରେନ୍ ଦିଗ ବଦଳାଇଛି । ଗୋଟିଏ ଟ୍ରେନ୍ ଆଂଶିକ ବାତିଲ ହୋଇଛି । ୧୧ଟି ଟ୍ରେନ୍ ବାଟରେ ନିୟନ୍ତ୍ରିତ ହେବା ସହିତ ୫ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ୨୬ ତାରିଖରେ ଭୁବନେଶ୍ୱର-ବିଶାଖାପାଟଣାକୁ ବାତିଲ କରାଯାଇଛି । ସେହିପରି ବିଶାଖାପାଟଣା-ଭୁବନେଶ୍ୱର, ଭୁବନେଶ୍ୱର-ସିକନ୍ଦରାବାଦ, ଭୁବନେଶ୍ୱର-ତିରୁପତି, ତିରୁପତି-ଭୁବନେଶ୍ୱର, ପୁରୀ-ଗୁଣୁପୁର, ଗୁଣୁପୁର-ପୁରୀ, ଗୁଣପୁର-ବିଶାଖାପାଟଣା, ବିଶାଖାପାଟଣା-ଗୁଣପୁର, ବିଶାଖାପାଟଣା-ଟାଟା, ଟାଟା-ବିଶାଖାପାଟଣା, ବିଶାଖାପାଟଣା-ରାୟଗଡ଼ା, ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ୍, ଭୁବନେଶ୍ୱର-ଯଶୋବନ୍ତପୁର ସ୍ପେଶାଲ୍ ପ୍ରମୁଖ ଟ୍ରେନ୍ ବାତିଲ ହୋଇଛି । ଏଥିସହ ୫ଟି ଟ୍ରେନ୍ ଦିଗ ବଦଳାଇଥିବା ବେଳେ ଗୋଟିଏ ଟ୍ରେନ୍ ଆଂଶିକ ବାତିଲ ହୋଇଛି । ୧୧ଟି ଟ୍ରେନ୍ ବାଟରେ ନିୟନ୍ତ୍ରିତ ହୋଇଛି ।






