ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ୩୨ ଲିଟର ଚୋରା ମଦ ଜବତ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଲିସ ଏକ ସ୍କୁଟିରୁ ଏହି ମଦ ସବୁ ଜବତ କରିଛି। ଏହା ସହ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଏକ ସ୍କୁଟି ଯୋଗେ ଜଣେ ଦୁର୍ବୃତ୍ତ ଚୋରା ମଦ ନେଇ ଯାଉଥିବା ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଚଢାଉ କରିଥିଲା। ସ୍କୁଟିକୁ ଯାଞ୍ଚ୍ କରିବାରୁ ଏହା ଭିତରୁ ୩୨ ଲିଟର ଚୋରା ବିଦେଶୀ ମଦ ଜବତ ହୋଇଛି। ଏହା ସହ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପଟ୍ଟାମୁଣ୍ଡାଇ ପୋଲିସ। ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ପୂର୍ବରୁ ବହୁ ଥର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରା ମଦ କାରବାର ବଢ଼ୁଥିବାର ଅଭିଯୋଗ ହୋଇ ଆସୁଥିଲା।






