ଭୁବନେଶ୍ଵର, (ବାଘୁଆବାର୍ତ୍ତା): ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ସମୀକ୍ଷା କରିବେ। ଦିନ ୧୧ଟା ୩୦ରେ ଏହି କାର୍ୟ୍ୟକ୍ରମ ରହିଛି। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ଓ ଜିଲ୍ଲାପାଳମାନେ ଭାଗ ନେବେ। ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରକ ଝଡ଼ ଗୁଲାବ। ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କି.ମି ଦୂରରେ ରହିଥିଲା ବାତ୍ୟା। ସେହିପରି ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କି.ମି ଦୂରରେ ଥିଲା। ଗତ ୬ ଘଣ୍ଟାରେ ଏହାର ବେଗ ଘଣ୍ଟାପ୍ରତି ୧୭ କିଲୋମିଟର ରହିଛି। ତେବେ ମଧ୍ୟରାତ୍ରୀ ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କି.ମି ରହିବ। ବେଳେବେଳେ ଏହା ୯୫ କି.ମି ହେବାର ସମ୍ଭାବନା ରହିଛି।






