Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକ ଜଗତପୁର ମହାନଦୀ ବ୍ରିଜରୁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
September 26, 2021
in State
କଟକ ଜଗତପୁର ମହାନଦୀ ବ୍ରିଜରୁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ
227
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ଜଗତପୁର ସ୍ଥିତ ମହାନଦୀ ବ୍ରିଜରୁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ତଳକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସେ ଏବେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦେବାଶିଷ ଦାସ। ତାଙ୍କ ଘର ଚାଉଳିଆଗଞ୍ଜରେ। ସେ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ୟ୍ୟ କରୁଥିଲେ। ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଦେବାଶିଷ ଆଜି ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ କାର୍‌ରେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ଥିଲେ। ମହାନଦୀ ବ୍ରିଜ୍ ଉପରେ ସେ ହଠାତ୍ କାର୍‌କୁ ଅଟକାଇଥିଲେ। କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ଡ୍ରାଇଭରଙ୍କ ବୟାନ ଆଧାରରେ ପୁଲିସ୍ ଏହି ସୂଚନା ଦେଇଛି। ତେବେ ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇଛି। ସଂପୃକ୍ତ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରୁଛି। ଏହା ସହିତ ନିଖୋଜ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଲ୍ୟାବ୍‌ ଆସିଷ୍ଟାଣ୍ଟ ଦେବାଶିଷ ଦାସ କିଛି ଦିନ ଧରି ଚିନ୍ତିତ ରହୁଥିଲେ। ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ। ତେବେ ସମସ୍ତ ଦିଗକୁ ତର୍ଜମା କରି ପୁଲିସ୍ ଘଟଣାର ତଦନ୍ତ କରୁଛି।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!