Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍ୟ ଜାତିରେ ପ୍ରେମ କରି ବାହା ହୋଇଥିବାରୁ କାନ୍ଧ ଦେଲେନି ସାହିଭାଇ

by ସଞ୍ଜୟ ସ୍ୱାଇଁ
September 25, 2021
in State
ଅନ୍ୟ ଜାତିରେ ପ୍ରେମ କରି ବାହା ହୋଇଥିବାରୁ କାନ୍ଧ ଦେଲେନି ସାହିଭାଇ
172
VIEWS
Share on FacebookShare on Twitter

ପାଟଣାଗଡ଼, (ବାଘୁଆବାର୍ତ୍ତା): ଯୌବନରେ ଅନ୍ୟ ଜାତିରେ ପ୍ରେମ କରି ବାହା ହୋଇଥିବାରୁ ସାରା ଜୀବନ ପାଇଲେ ଯନ୍ତ୍ରଣା। ଗାଁ ଲୋକେ ଏକଘରିଆ କରିଦେଲେ। ନିଆଁ ପାଣି ବାସନ୍ଦ କରିଥିଲେ। ମୃତ୍ୟୁ ପରେ ମଧ୍ୟ ତାଙ୍କ ମୃତଦେହ ଉଠାଇବାକୁ ଆସିଲେ ନାହିଁ। ଘର ଭିତରେ ତାଙ୍କ ମୃତଦେହ ୬ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିଲା। ଶେଷରେ ସେବା ଚାରିଟେବୁଲ୍ ଟ୍ରଷ୍ଟର କର୍ମକର୍ତ୍ତାମାନେ ଆଜି ମୃତଦେହ ସଂସ୍କାର କରିଛି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି। ପୂରା ଘଟଣାଟି ଏମିତି। ବେଲପଡା ବ୍ଲକ୍ ଯୁବା ଗାଁର ପାର୍ବତୀ ଧାରୁଆ। ଯୌବନରେ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲେ। ବିବାହ ପରେ ସ୍ୱାମୀଙ୍କୁ ଧରି ଗାଁକୁ ଫେରିଥିଲେ। ଭିନ୍ନ ଜାତିରେ ବାହା ହୋଇଥିବାରୁ ଗାଁ ଲୋକେ ତାଙ୍କୁ ଏକଘରିଆ କରିଦେଇଥିଲେ। ନିଆଁ ପାଣି ପାସନ୍ଦ କରିଥିଲେ। ଏତେ ସବୁ ଯନ୍ତ୍ରଣା ଭିତରେ ସ୍ୱାମୀ ସହ ସଂସାର କରି ସେହି ଗାଁରେ ରହୁଥିଲେ ପାର୍ବତୀ। ଯେଉଁ ସ୍ୱାମୀଙ୍କ ଗାଁ ଲୋକଙ୍କ ରୋଷରେ ଶିକାର ହୋଇଥିଲେ ପାର୍ବତୀ, ଶେଷରେ ସିଏ ତାଙ୍କୁ ଧୋକା ଦେଲେ। ସିଏ ମଧ୍ୟ ତାଙ୍କୁ ଛାଡ଼ି ପଳାଇଗଲେ। ସ୍ୱାମୀ ଗଲା ପରେ ଏକମାତ୍ର ପୁଅକୁ ଧରି ନିଜର ଘର ସଂସାର ଚଳାଉଥିଲେ ପାର୍ବତୀ। ନିଜ ନୂଆଁଣିଆ ଘରେ ରହୁଥିଲେ। ସବୁ ଦୁଃଖ ଓ ଯନ୍ତ୍ରଣାକୁ ସହି ପୁଅକୁ ମଣିଷ କରିବାରେ ଲାଗି ପଡ଼ିଲେ। ଆଜି ଦେହି ଦୁଃଖିନୀ ମଣିଷଟି ସବୁଦିନ ପାଇଁ ଆଖି ବୁଜିଦେଲେ। ବାର୍ଦ୍ଧକ୍ୟ ଯନ୍ତ୍ରଣା ଭିତରେ ସେ ଆଖି ବୁଜିଦେଲେ। ମାଆଙ୍କ ମୃତଦେହ ସଂସ୍କାର କରିବା ପାଇଁ ସାହିଭାଇଙ୍କୁ ଡାକିଥିଲେ ପୁଅ। ହେଲେ ବାସନ୍ଦ ଯୋଗୁ କେହି ଶବ ସତ୍କାର କରିବାକୁ ଆସିଲେ ନାହିଁ। ନିଜ ମାଆ ପାଇଁ ଚାରି କାନ୍ଧ ଯୋଗାଡ଼ କରିପାରିଲେ ନାହିଁ। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ମୃତ ପାର୍ବତୀଙ୍କ ପୁଅ। ପାର୍ବତୀଙ୍କ ମୃତଦେହ ଘର ଭିତରେ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ିଲା। କିନ୍ତୁ ସତ୍କାର ହୋଇପାରିଲା ନାହିଁ। ଖବର ପାଇ ସେବା ଟ୍ରଷ୍ଟର ସଦସ୍ୟ ବନମାଳୀ ନାଏକ, ଅଚ୍ୟୁତ ସିପୁନ ଖାମରୀ ଓ ଗିରିଧାରୀ ଭୋଇ ଗାଁରେ ପହଞ୍ଚିଲେ। ଏମାନେ ପାର୍ବତୀଙ୍କୁ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ସେଠାରେ ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!