Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇସିଡିଏସ୍‌ ପ୍ରକଳ୍ପଗୁଡ଼ିକରେ ପୁଷ୍ଟି ସଚେତନତା ପାଇଁ ବିବିଧ କାର୍ଯ୍ୟକ୍ରମ ଆୟୋଜନ

ସାରା ରାଜ୍ୟରେ ପାଳିତ ହେଉଛି ୪ର୍ଥ ରାଷ୍ଟ୍ରୀୟ ପୋଷଣ ମାସ

by ସଞ୍ଜୟ ସ୍ୱାଇଁ
September 25, 2021
in Feature News
ଆଇସିଡିଏସ୍‌ ପ୍ରକଳ୍ପଗୁଡ଼ିକରେ ପୁଷ୍ଟି ସଚେତନତା ପାଇଁ ବିବିଧ କାର୍ଯ୍ୟକ୍ରମ ଆୟୋଜନ
101
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମହିଳା ଓ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟି ସଚେତନତା ସୃଷ୍ଟି ପାଇଁ ସେପେଫମ୍ବର ମାସରେ ସମଗ୍ର ରାଜ୍ୟରେ ପାଳିତ ହେଉଛି ଚତୁର୍ଥ ରାଷ୍ଟ୍ରୀୟ ପୋଷଣ ମାସ । ପୂର୍ବରୁ ମଧ୍ୟ ଅନୁଷ୍ଠିତ ହେଉଥିବା ବିିଭିନ୍ନ ପୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଓ ଶିଶୁମାନଙ୍କ ପୁଷ୍ଟି ସ୍ଥିତିରେ ଉନ୍ନତି ଆଣିବା ସହ ରକ୍ତହୀନତା ହ୍ରାସ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଜନଆନ୍ଦୋଳନ ଏବଂ ଗୋଷ୍ଠୀସ୍ତରରେ ପୁଷ୍ଟିର ଗୁରୁତ୍ୱ ପାଇଁ କି୍ରୟାଶୀଳତା ସୃଷ୍ଟି ମାଧ୍ୟମରେ ପୋଷଣ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଚଳିତ ବର୍ଷ ସେପେଫମ୍ବର ମାସର ୪ଟି ସପ୍ତାହ ପାଇଁ ୪ଟି ଭିନ୍ନ ଭିନ୍ନ ବିଷୟବସ୍ତୁ ସ୍ଥିର କରାଯାଇଛି । ‘ପୋଷଣ ବାଟିକା’ ସୃଷ୍ଟି ପାଇଁ ବିଭିନ୍ନ ଉପକାରୀ ବୃକ୍ଷରୋପଣ, ପୁଷ୍ଟିସାଧନ ପାଇଁ ଯୋଗ ଏବଂ ଆୟୁଷର ଉପକାରିତା, ପୁଷ୍ଟିସାଧନ ସ୍ତରରେ ଉନ୍ନତ ପ୍ରଦର୍ଶନ ପାଇଁ ପ୍ରୟାସ ଜାରି ରହିଥିବା ଜିଲ୍ଲାଗୁଡ଼ିକରେ ଅଙ୍ଗନବାଡ଼ି ହିତାଧିକାରୀମାନଙ୍କୁ ‘ପୁଷ୍ଟିସାଧନ କିଟ୍‌’ ବିତରଣ ଏବଂ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟ କରିବା ସହ ପୁଷ୍ଟିକର ଖାଦ୍ୟ ବଣ୍ଟନ ଆଦି ବିଷୟବସ୍ତୁ ଆଧାରରେ ପ୍ରତ୍ୟେକ ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଗ୍ରାମ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ

ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା, ପ୍ରକଳ୍ପ ଏବଂ ଅଙ୍ଗନବାଡ଼ି ସ୍ତରରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ମହୋତ୍ସବର ଅଂଶବିଶେଷ ଭାବେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗୁରୁଦିବସ ଏବଂ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଛି । ଅନେକ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଷ୍ଠୀ ସହାୟତାରେ ଗୋଷ୍ଠୀ ପାଠାଗାରମାନ ସ୍ଥାପନ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସାକ୍ଷରତା, ସାମାଜିକ ପ୍ରସଙ୍ଗ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ବିଷୟଗୁଡ଼ିକ ଉପରେ ଗୋଷ୍ଠୀସ୍ତରୀୟ ସଭାମାନ ଆୟୋଜନ କରାଯାଉଛି ।
ପୋଷଣ ବାଟିକା ସ୍ଥାପନ
ଜିଲ୍ଲା ପ୍ରଶାସନ ସହାୟତାରେ ଅଙ୍ଗନବାଡ଼ିଗୁଡ଼ିକ ସହ ଗର୍ଭବତୀ ମହିଳା ଓ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କ ରହିବା ସ୍ଥାନରେ ପୋଷଣ ବାଟିକା କିମ୍ବା ‘ମୋ ଉପକାରୀ ବଗିଚା’ ସ୍ଥାପନ କରିବାକୁ ପ୍ରୋତ୍ସାହିତ କରାଯାଉଛି । ବିଶେଷ କରି ଏହିସବୁ ବଗିଚାର ପନିପରିବା, ଋତୁକାଳୀନ ଫଳଗଛ ଏବଂ ଔଷଧୀୟ ବୃକ୍ଷ ଲଗାଇବା ନିମନ୍ତେ ପରାମର୍ଶ ଦିଆଯାଉଛି ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ
ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଉପଯୋଗିତା ସଂପର୍କରେ ସଚେତନତା ସୃଷ୍ଟି ସହ ନିୟମିତ ଯୋଗ ଅଧିବେଶନମାନ ଅନୁଷ୍ଠିତ ହୋଇଛି । ଆୟୁର୍ବେଦିକ ଉପଚାର ‘ଆୟୁଷ’ ସଂପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଛି ।
ପୁଷ୍ଟିସାଧନ କିଟ୍‌ ବିତରଣ
ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଛତୁଆ, ବାଦାମ ଚିକି, ଅଣ୍ଡା, ଅଟା ଏବଂ ବେସନ ରୁ ପ୍ରସ୍ତୁତ ଲଡୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ରନ୍ଧାଖାଦ୍ୟ ବାବଦକୁ ଶୁଖିଲା ରାସନ୍‌ ପୁଷ୍ଟିସାଧନ କିଟ୍‌ ଭାବେ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଛି । ହିତାଧିକାରୀମାନଙ୍କ ପୁଷ୍ଟିସାଧନ ସ୍ଥିତିରେ ସୁଧାର ଆଣିବା ସହ ଦିଆଯାଉଥିବା ସାମଗ୍ରୀକୁ ହିତାଧିକାରୀମାନେ ଉପଯୋଗ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ।
ମାସର ପ୍ରଥମ ପନ୍ଦର ଦିନ ମଧ୍ୟରେ ମିଶନ ମୋଡ୍‌ରେ ୦-୫ ବର୍ଷ ବୟସର ଶିଶୁମାନଙ୍କ ଓଜନ ମପାଯିବା ସହ ଶରୀର ବୃଦ୍ଧିକୁ ତଦାରଖ କରାଯାଇଛି । ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟ କରି ପୁଷ୍ଟି ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ଗ୍ରାମ ସ୍ତରରେ କିଶୋରୀ ଏବଂ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ରଙ୍ଗୋଲି ପ୍ରତିଯୋଗିତା, ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ହିତାଧିକାରୀଙ୍କ ଘରକୁ ଯିବା, ଗୋଷ୍ଠୀସ୍ତରୀୟ କାର୍ଯ୍ୟକ୍ରମ ଯଥା ଅନ୍ନପ୍ରାସନ୍ନ ଦିବସ, ସାଦଖିଆ, ମମତା ଦିବସ, ଟିକାକରଣ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହିସବୁ କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସାମିଲ କରାଯାଇ ସଚେତନତା ସୃଷ୍ଟି କରାଯାଇଛି । ରାଜ୍ୟରେ ପୁଷ୍ଟିକର ଖାଦ୍ୟ ମାଣ୍ଡିଆର ବହୁଳ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯାଇଛି । ଅଙ୍ଗନବାଡ଼ି କର୍ମୀମାନେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତା ପାଇଁ ହାତଧୁଆ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀସ୍ତରରେ ସଚେତନତା ସୃଷ୍ଟି କରୁଛନ୍ତି । ସମଗ୍ର ରାଜ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ପୁଷ୍ଟି ସଚେତନତା ସୃଷ୍ଟି ଦିଗରେ ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!