କଟକ, (ବାଘୁଆବାର୍ତ୍ତା): ମିଳିଲା ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତଦେହ।ମୃତ ଓଡ୍ରାଫ କର୍ମଚାରୀ ଜଣକ ହେଲେ ସୀତାରାମ ମୁର୍ମୁ। ଗତ କାଲି ମୁଣ୍ଡଳୀରେ ଫସି ଥିବା ହାତୀ ଉଦ୍ଧାର ପାଇଁ ଯାଇ ଓଡ୍ରାଫ୍ ଟିମର ବୋଟ ଓଲଟି ପଡିଥିଲା। ଏଥିରେ ଓଡ୍ରାଫ କର୍ମଚାରୀ ସୀତାରାମ ନିଖୋଜ ହୋଇଥିଲେ। ଚୌଦ୍ବାର ଥାନା କଖଡି ମାହାଲପଡା ଘାଟ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ୨ ଜଣ ଗାଁ ଲୋକ ସୀତାରାମଙ୍କ ମୃତଦେହ ପ୍ରଥମେ ଦେଖିଥିଲେ। । ଗତକାଲି ମୁଣ୍ଡଳି ଫସିଥିବା ହାତୀ ଉଦ୍ଧାର ପାଇ ଯାଇଥିବା ଓଡ୍ରାଫ ଟିମଙ୍କ ବୋଟ ବୁଡି ଯାଇଥିଲା। ସେଥିରେ ଓଡ୍ରାଫ କର୍ମଚାରୀଙ୍କ ସମେତ ୨ ଜଣ ଗଣମାଧ୍ୟମ ପ୍ରତିନିଧି ବୁଡିଯାଇଥିଲେ। ଏଥିରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜଣେ ଓଡ୍ରାଫ କର୍ମଚାରୀ ଗତ କାଲି ଠାରୁ ନିଖୋଜ ଥିଲେ। ଦୀର୍ଘ ୨୪ ଘଣ୍ଟାର ସର୍ଚ୍ଚ ଅପରେଶନ ପରେ ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ମିଳିଥିଲ। ୨ ଜଣ ଲୋକ ସୀତାରାମଙ୍କ ମୃତଦେହ ଉଦ୍ଧାର କରିଥିଲେ।






