Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ନୁହେଁ ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେବ, ୪ ରୁ ୫ ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା

by ସଞ୍ଜୟ ସ୍ୱାଇଁ
September 25, 2021
in State
ବାତ୍ୟା ନୁହେଁ ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେବ, ୪ ରୁ ୫ ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା
635
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୋପାଳପୁର ଓ ବିଶାଖାପାଟଣମ ଭିତରେ ପାସ୍ କରିବ ବାତ୍ୟା । ଏବେକାର ସ୍ଥିତିକୁ ଦେଖିଲେ ଏହା କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୪ ରୁ ୫ ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ସନ୍ଧ୍ୟା ପରଠୁ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଘୂର୍ଣ୍ଣିବଳୟ ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ । ୬୦ ରୁ ୭୦ କିମି ବେଗରେ ପବନ ବୋହିବର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗତକାଲିଠୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୭ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଇଛି । ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲାରେ ଭୁସ୍କଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଏହା ବ୍ୟତୀତ ନୟାଗଡ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ପରିସ୍ଥିତିକୁ ଦେଖି ଓଡ୍ରାଫ, ଏନଡ଼ିଆରଫ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ୪୨ଟି ଓଡ୍ରାଫ ଟିମ୍‌ , ୨୪ ଟି ଏନଡ଼ିଆରଫ ଟିମ୍ ଏବଂ ୧୦୨ ରୁ ଅଧିକ ଅଗ୍ନିଶମ ବାହିନୀ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ କରାଯାଇଛି । ସେପଟେ ଜଳସମ୍ପଦ ବିଭାଗ ତାଙ୍କର ରିଜର୍ଭର ସ୍ଥିତି ଦେଖୁଛନ୍ତି । ଦକ୍ଷିଣବର୍ତୀ ଜିଲ୍ଲା ଗୁଡ଼ିକର ଜଳଭଣ୍ଡାର ଗୁଡିକ ଉପରେ ତୀକ୍ଷଣ ରଖାଯାଇଛି । ଯେଉଁଠି ପାଣି ଅଧିକ ରହିଛି , ସେଠାରୁ ଉଦ୍ଧାର କାର୍ୟ୍ୟ କରିବାକୁ କୁହାଯାଇଛି । ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ଆଜି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଆସନ୍ନ ପ୍ରସବା ମହିଳାମାନଙ୍କୁ ମେଡ଼ିକାଲ ଆଣିବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!