ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସହିଦ୍ନଗର ଥାନା ଅଞ୍ଚଳରେ ଘଟିଛି ରୋଚକ ଘଟଣା । ନେତାଙ୍କ ସହ ରୋମାନ୍ସ କରି ଯୁବତୀ ଜଣଙ୍କ ଲୁଟି ନେଇଛନ୍ତି ଟଙ୍କା ଓ ସୁନା ଅଳଙ୍କାର । ନେତା ଜଣଙ୍କ ଲୋକ ଲଜ୍ଜା ଭୟରେ ଥାନାରେ ଚୋରି ଏତଲା ଦେଇଛନ୍ତି । ଏନେଇ ପୁଲିସ୍ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଛି । ଯୁବତୀଙ୍କ ଏମିତି ଅଭିନବ ଲୁଟ୍ରେ କେବଳ ନେତା ନାଁ ଅନ୍ୟ କିଏ ଶିକାର ହୋଇଛନ୍ତି ତାକୁ ନେଇ ତଦନ୍ତ ଜାରି ରହିଛି । ତେବେ ନେତାଙ୍କର ସାମାଜିକ ପ୍ରତିଷ୍ଠାକୁ ଲୁଚାଇବାକୁ ଯାଇ ଆମେ ତାଙ୍କର ନାମ ଗୁପ୍ତ ରଖିଛୁ । ପୂରା ଘଟଣା ଏମିତି ନେତା ଜଣଙ୍କ ଏକ ପ୍ରତିଷ୍ଠିତ ରାଜେନୈତିକ ଦଳର ଉପକୂଳ ଓଡିଶାର ‘ଜିଲ୍ଳା ସମ୍ପାଦକ’ ଅଛନ୍ତି । ଦୁଇ ବର୍ଷ ତଳେ ପୁରୀର ଏକ ହୋଟେ୍ଲରେ ପଶ୍ଚିମବଙ୍ଗର ସୋନାଲି (ଛଦ୍ମାନାମ) ସହ ଚିହ୍ନା ପରିଚୟ ହୋଇଥିଲା । ତା’ପରେ ଫୋନ ନମ୍ବର ଆଦାନ ପ୍ରଦାନ ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ସୋନିଲ୍ଙ୍କ କାମ ହେଲା ପଶ୍ଚିମବଙ୍ଗରୁ ରୂପଜୀବୀଙ୍କୁ ଆଣି କଟକ, ଭୁବନେଶ୍ୱର ଓ ପୁରୀ ଅଞ୍ଚଳରେ ରଖି ଦେହ ବେପାର କରିବା । ବେଳେବେଳେ ସୋନାଲି ନିଜେ ମଧ୍ୟ କିଛି ବଛା ବଛା ଗ୍ରାହକଙ୍କ ସହ ସମୟ ବିତାନ୍ତି । ରାତିକୁ ମିଳେ ୩ରୁ ୫ ହଜାର ଟଙ୍କା । ଗତ କିଛି ଦିନ ତଳେ ନେତା ଜଣଙ୍କୁ ଭୁବନେଶ୍ୱର ଘରକୁ ଆସିଥିଲେ । ରୋମାନ୍ସ କରିବାକୁ ମୁଡ୍ ହେବାରୁ ଫୋନ୍ କରି ସୋନାଲିଙ୍କୁ ଡାକିଥିଲେ । ରାତିକ ପାଇଁ ୫ ହଜାର ଟଙ୍କାର ଡିଲ୍ ହୋଇଥିଲା । ନେତା ଦେଇଥିବା ଠିକଣାରେ ସୋନାଲି ଠିକ୍ ସମୟରେ ପହଞ୍ଚି ଯାଇଥିଲେ । ସୋନାଲି ପହଞ୍ଚିବା ପୂର୍ବରୁ ନେତା ଜଣଙ୍କ ପ୍ରଚୁର ମଦ୍ୟପାନ କରିଥିଲେ । ସୋନାଲି ଆସିବା ପରେ ତାଙ୍କ ସହ ମିଶି ପିଇଥିଲେ, ଗୀତରେ ଝୁମିଥିଲେ । ତା’ପରେ ଆରମ୍ଭ ହୋଇଥିଲା ରୋମାନ୍ସଟ୍ଟ । ଅତ୍ୟଧିକ ମଦ୍ୟପାନ ଯୋଗୁଁ ନେତା ଜଣଙ୍କ ବେହୋସ ହୋଇ ଶୋଇ ପଡିଥିଲେ । ଏହାର ଫାଇଦା ନେଇଥିଲେ ସୋନାଲି । ତାଙ୍କୁ ଲୁଟିବାକୁ ଯୋଜନା କରିଥିଲେ । ନେତା ପିନ୍ଧିଥିବା ସୁନା ଅଳଙ୍କାର, ଦାମୀ ମୋବାଇଲ, ମନିପର୍ସରେ ଥିବା ଟଙ୍କା ଚୋରି କରିନେଇଥିଲେ । ହେଲେ ଯିବା ପୂର୍ବରୁ ସୋନାଲି ନେତାଙ୍କୁ ଉଲଗ୍ନ କରି ନିଜ ମୋବାଇଲ୍ରେ ତାଙ୍କ ଏକ ଭିଡିଓ ସୁଟିଂ କରିଥିଲେ । ଦିନ ୧୦ ଟା ବେଳେ ନେତାଙ୍କର ନିଶା ଉତୁରି ଥିଲା । ସେ ଜାଣିବାକୁ ପାଇଥିଲେ ସୋନାଲି ତାଙ୍କୁ କଳାକନା ବୁଲାଇ ଦେଇଛି । ଏନେଇ ସେ ସୋନାଲିକୁ ଫୋନ୍ କରିଥିଲେ । ହେଲେ ସେ ଉତ୍ତର ଦେଇ ନଥିଲେ । ଇଜ୍ଜତ ଯିବା ଭୟରେ କିଛି ଉପାୟ ନ ପାଇ ସହିଦ୍ନଗର ଥାନାରେ ପହଞ୍ଚି ଚୋରି ଏତଲା ଦେଇଥିଲେ । ପୁଲିସ୍ କେସ୍ ନମ୍ବର-୩୭୮ରେ ମାମଲା ରୁଜୁ କରିଥିଲା । ନେତାଙ୍କୁ ପଚରାଉଚରା ସମୟରେ ସତ ଘଟଣା ପୁଲିସ୍ ଆଗରେ ବଖାଣିଥିଲେ ।





