Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଭାରତ ସରକାର’ ଲେଖାଥିବା ବେସରକାରୀ ଗାଡ଼ିରେ ଯାଉଥିଲା ବ୍ରାଉନ୍‌ ସୁଗର, ବାଟରେ ଧରିଲା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
September 23, 2021
in Crime, State
‘ଭାରତ ସରକାର’ ଲେଖାଥିବା ବେସରକାରୀ ଗାଡ଼ିରେ ଯାଉଥିଲା ବ୍ରାଉନ୍‌ ସୁଗର, ବାଟରେ ଧରିଲା ପୁଲିସ୍‌
349
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଭାରତ ସରକାର ଲେଖାଥିବା ଏକ ବେସରକାରୀ କାର୍‌ରେ ନେଉଥିଲେ ବ୍ରାଉନ୍‌ ସୁଗର। ଭାବିଥିଲେ ଏମିତି କଲେ କେହି ଧରିବେନି। କିନ୍ତୁ ଏହି ଚାଲ୍‌ ଫେଲ୍ ମାରିଲା। ପୁଲିସ ଚଢ଼ାଉ କରି ବ୍ରାଉନ୍ ସୁଗର ଜବତ କରିବା ସହିତ ସେମାନଙ୍କୁ ଗିରଫ କଲା। ପୁରୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଦେବ ପ୍ରସାଦ ମିଶ୍ର (୩୪), ସେକ୍ କରିମ୍ ଉଲ୍ଲା (୩୮) ଓ ସେକ୍ ଅନୁ (୩୪)। ଦେବଙ୍କ ଘର ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ରାଇଚକ୍ରଧରପୁରରେ ହୋଇଥିବା ବେଳେ ସେକ୍‌ କରିମଙ୍କ ଘର ସେହି ଥାନା ଅନ୍ତର୍ଗତ ପଟିଆର ଶିଖରଚଣ୍ଡି ନଗରରେ। ସେହିଭଳି ଅନୁଙ୍କ ଘର ଇନଫୋସିଟି ଥାନା ଅନ୍ତର୍ଗତ ସିନ୍ଦୁରିଆରେ। ସୂଚନା ଅନୁସାରେ, ଏକ କାର୍‌ରେ ବ୍ରାଉନ୍ ସୁଗର ନେଇ କିଛି ଯୁବକ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୀ ସଦର ଥାନା ଆଇଆଇସି ଏସ୍‌.କେ ମହାନ୍ତି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ସେ ଓ ତାଙ୍କ ଟିମ୍‌ କାର୍‌ଟିକୁ ମାଳତିପୁର ବସଷ୍ଟାଣ୍ଡ ନିକଟରେ ଧରିଥିଲେ। କାର୍‌ଟିକୁ ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ୍ ସୁଗର ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଅଭିଯୁକ୍ତମାନେ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନ୍ ସୁଗର କିଣି ପୁରୀରେ ବିକ୍ରି କରୁଥିଲେ। ପୁରି ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ପୁରୀ ଏସଟିଏଫ ଗତ ୧୫ ଦିନରେ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୧୫ଜଣଙ୍କୁ ଗିରଫ କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!