ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ଟ୍ରକ ରେ ଗଞ୍ଜେଇ ଚାଲାଣ ହୋଉଥିବା ବେଳେ ମାଡି ବସିଲା ପୋଲିସ। ୬ କି.ଗ୍ରା ଗଂଜେଇ ସହିତ ଦୁଇ ଜଣ କୁ ଗିରଫ କରିଛି ପୋଲିସ। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନର୍ଗତ ଗମ୍ଭାରୀଆ ପୋଲ ନିକଟରେ। ରାଜ୍ୟ ରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଧଡକ ଚାଲୁଥିବା ବେଳେ ଧରା ମଧ୍ୟ ପଡୁଛନ୍ତି ଗଞ୍ଜେଇ ମାଫିଆ ତଥାପି ରାଜ୍ୟର ସୀମା ସବୁ ମୁକୁଳା ପଡିଥିବା ବେଳେ ଚୋରା ଚାଲାଣ କିନ୍ତୁ କମୁନି। ରାଇରଙ୍ଗପୁର ସହର ଦେଇ ଏକ ଟ୍ରକ ତିରିଙ୍ଗ ପଟକୁ ଦ୍ରୁତଗତିରେ ଯାଉଥିଲା। ତେବେ ଡ୍ରାଇଭରର ବେପରୁଆ ଗାଡି ଚାଳନାରେ ସନ୍ଦେହ କରି ପୋଲିସ ପେଟ୍ରୋଲିଂ ଦଳ ଗାଡି କୁ ପିଛା କରି ଗମ୍ଭାରୀଆ ପୋଲ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୬ କି.ଗ୍ରା. ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ସହ ଟ୍ରକ କୁ ଜବତ କରିଥିଲେ। ଏଥି ସହିତ ଡ୍ରାଇଭର ଓ ଖଲାସି ଦୁଇ ଜଣ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମନୋଜ ମୁଣ୍ଡା ଓ ପବନ ନାଏକ। ଟ୍ରକଟି ଝାରପୋଖରିଆ ଅଞ୍ଚଳରୁ ଝାରଖଣ୍ଡ ଅଭିମୁଖେ ଯାଉଥିଲା।






