ଉଦଳା, (ବାଘୁଆବାର୍ତ୍ତା): ବ୍ୟାଙ୍କରୁ ଟଙ୍କା ଉଠାଇ ଦମ୍ପତି ଘରକୁ ଆସୁଥିଲେ। ବାଟରେ ଦୁବୃର୍ତ୍ତମାନେ ଅଟକାଇ ଟଙ୍କା ଲୁଟି ନେଇଛନ୍ତି। ଦମ୍ପତିଙ୍କ ପାଖରୁ ଝାମ୍ପି ନେଲେ ଚାରି ଲକ୍ଷ ଟଙ୍କା। ଖୁଣ୍ଟା ଥାନା ବିସିପୁର ଛକ ନିକଟରେ ଘଟଣା ଘଟିଛି। ଧାନଘେରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରତିକାନ୍ତ ବେହେରା ଉଦଳା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇ ଧାନଘେରା ଯାଉଥିଲେ । ବାଇକରେ ୩ ଜଣ ଦୁବୃର୍ତ୍ତ ଆସି ଖୁଣ୍ଟା ଥାନା ବିସିପୁର ଛକ ନିକଟରେ ତାଙ୍କୁ ଅଟକାଇ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିବା ପରେ ଖୁଣ୍ଟା ଏବଂ ଉଦଳା ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି।






