Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ, ଅନ୍ୟ ପୁରୁଷ ସହ ଭିଡ଼ିଓ ସେକ୍ସ କରିବା ପାଇଁ ବାଧ୍ୟ କରୁଥିଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
September 22, 2021
in Crime, State
ସ୍ୱାମୀ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ, ଅନ୍ୟ ପୁରୁଷ ସହ ଭିଡ଼ିଓ ସେକ୍ସ କରିବା ପାଇଁ ବାଧ୍ୟ କରୁଥିଲା ସ୍ୱାମୀ
556
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଟଙ୍କା ରୋଜଗାର ପାଇଁ ସ୍ୱାମୀ ବାଛିଥିଲା ଏକ ଅଜବ ପନ୍ଥା । ନିଜ ପତ୍ନୀଙ୍କୁ ଅନ୍ୟ ପୁରୁଷ ସହ ଭିଡ଼ିଓ ସେକ୍ସ କରିବା ପାଇଁ କରୁଥିଲା ବାଧ୍ୟ। ଏଥିରେ ରାଜି ନହେଲେ ମାଡ଼ ବି ମାରୁଥିଲା । ଦୀର୍ଘଦିନ ଏଭଳି ଚାଲିଲା ପରେ ଭିଡିଓ ସେକ୍ସ ପାଇଁ ପତ୍ନୀ ମନା କରିବାରୁ ସ୍ୱାମୀ ତାକୁ ଘରୁ ତଡ଼ିଦେଇଛି । କଟକର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଏନେଇ ମହିଳା ଜଣକ କଟକ ମହିଳା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣା ନେଇ କୋର୍ଟରେ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଖବର ଅନୁଯାୟୀ, କଟକ ପୂର୍ବାଞ୍ଚଳର ଜଣେ ମହିଳା କଟକ ସହରର ଜଣେ ଯୁବକଙ୍କୁ ୨୦୧୧ ମସିହାରେ ପ୍ରେମ ବିବାହ କରିଥିଲେ । କିଛି ଦିନ ପତି-ପତ୍ନୀ କଟକରେ ରହିଲେ । ଏହାପରେ ଦୁହେଁ ୨୦୧୨ରେ ଘରୁ ଅନ୍ୟତ୍ର ଚାଲିଆସିଲେ । ସ୍ୱାମୀଙ୍କ ଚାକିରି କଟକ ବାହାରେ ଥିବାରୁ ଦୁହେଁ ପ୍ରଥମେ ରାଉରକେଲା ପରେ ଭୁବନେଶ୍ୱରରେ ରହିଲେ । ଆଉ ଘରୁ ବାହାରେ ରହିବା ସମୟରେ ହିଁ ତାଙ୍କ ସ୍ୱାମୀ ଟଙ୍କା ରୋଜଗାର କରିବା ତଥା ଅଫିସର୍‌ ବସ୍‌ଙ୍କୁ ଖୁସି କରାଇବା ପାଇଁ ପତ୍ନୀଙ୍କୁ ଅନ୍ୟ ପୁରୁଷ ସହିତ ଭିଡ଼ିଓ ସେକ୍ସ କରିବା ପାଇଁ ବାଧ୍ୟ କରିଥିଲେ ।ପ୍ରଥମେ ଯେଉଁ ଦିନ ସ୍ୱାମୀ ଏଭଳି କରିବାକୁ କହିଲେ ତାହାକୁ ନେଇ ପତ୍ନୀ ଅରାଜି ହେବାରୁ ଦୁହିଁଙ୍କ ମଧ୍ୟରେ ଜୋର୍‌ଦାର୍‌ ଗଣ୍ଡଗୋଳ ହୋଇଥିଲା । ଏହାପରେ ମହିଳା ଜଣକ ବାଧ୍ୟ ହୋଇ ଜଣେ ଅଜଣା ପୁରୁଷ ସହିତ ଭିଡ଼ିଓ ସେକ୍ସ କଲେ ।ଏହି ଘଟଣା ବାରମ୍ବାର ଘଟିବାକୁ ଲାଗିଲା । ପ୍ରାୟ ୭ ବର୍ଷ ପର୍ୟ୍ୟନ୍ତ ପତ୍ନୀ ଜଣକ ନିଜ ଇଚ୍ଛା ବିରୋଧରେ ଏଭଳି ଘୃଣ୍ୟ କାମ କରିଚାଲିଲେ । ୨୦୧୯ରେ ଏହି ଘଟଣାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏଭଳି ଜୋର୍‌ଦାର୍‌ ଗଣ୍ଡଗୋଳ ହେବା ପରେ ମହିଳା ଜଣକ ବାପ ଘରକୁ ଆସି ଆଉ ଫେରିନଥିଲେ । ହେଲେ ନିଜ ସହିତ ଘଟିଥିବା ବିଷୟ କାହାକୁ କହିନଥିଲେ । ଗତ ସପ୍ତାହରେ ମହିଳା ଜଣକ କୌଣସି ଏକ କାରଣରୁ ଏହି ବିଷୟ ପରିବାରକୁ କହିବା ପରେ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବାକୁ କହିଲେ । ମହିଳା ଜଣକ କଟକ ମହିଳା ଥାନା ଯାଇ ଏତଲା ଦାୟର କରିଛନ୍ତି । ପୁଲିସ ବଧୂ ନିର୍ୟାତନା ସହିତ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ଘଟଣା ନେଇ ମହିଳାଙ୍କର କୋର୍ଟରେ ବୟାନ ମଧ୍ୟ ରେକର୍ଡ କରାଯାଇଛି । ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀ ଏବେ ଚାକିରି ପାଇଁ ବ୍ରହ୍ମପୁରରେ ରହୁଛନ୍ତି । ତଦନ୍ତ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!