ପାଟନା, (ବାଘୁଆବାର୍ତ୍ତା): ମହଙ୍ଗା ପଡିଲା ସାମ୍ବାଦିକଙ୍କୁ ହତ୍ୟା କରିବା । ବହୁ ଚର୍ଚ୍ଚିତ ସାମ୍ବାଦିକ ବିକାଶ ରଂଜନଙ୍କ ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ସୂଚନା ମିଳିଛି । ସହି ହତ୍ୟା ଘଟଣା ୨୦୦୮ରେ ସାମ୍ବାଦିକ ବିକାଶ ରଂଜନ ଅଫିସରୁ ଘରକୁ ଫେରିବା ପାଇଁ ଅପୋକ୍ଷା କରିଥିବା ସମୟରେ ଦୁବୃତ୍ତମାନେ ଆସି ଗୁଳିକରି ହତ୍ୟା କରିଥିଲେ । ଏଲଜେପି ବ୍ଲକ୍ ସଭାପତି ସ୍ୱୟମ୍ବର ଯାଦବ ପ୍ରମୁଖ ହତ୍ୟାକାଣ୍ଡରେ ସାମିଲ ଥିଲେ । ସେହି ସମୟରେ ଏହା ଭାରତରେ ଆଲୋଡନ ସୃଷ୍ଟି କରିଥିଲା । ହତ୍ୟାକାଣ୍ଡର ଶୁଣାଣୀ ପୂର୍ବର୍ୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସାମ୍ବାଦିକଙ୍କ ହତ୍ୟାକାଣ୍ଡ ଘଟଣାର ଶୁଣାଣି କରି ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିବା ଜଣାପଡିଛି ।






