Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରହସ୍ୟମୟୀ ମହିଳା ଲଭ୍‌ ୟୁ କହି ଫୋନ୍‌ ରଖୁଥିଲେ, ଗୁପ୍ତ ତଥ୍ୟ ପାଇଁ ଦେଉଥିଲେ ବିବାହ ଅଫର

by ସଞ୍ଜୟ ସ୍ୱାଇଁ
September 22, 2021
in Crime, State
ରହସ୍ୟମୟୀ ମହିଳା ଲଭ୍‌ ୟୁ କହି ଫୋନ୍‌ ରଖୁଥିଲେ, ଗୁପ୍ତ ତଥ୍ୟ ପାଇଁ ଦେଉଥିଲେ ବିବାହ ଅଫର
246
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): hi କହି ସମ୍ପର୍କ ଆରମ୍ଭ କରୁଥିବା ରହସ୍ୟମୟୀ ମହିଳା ଲଭ୍‌ ୟୁ କହି ଫୋନ୍‌ ରଖୁଥିଲେ। ଏପରିକି ବିବାହ ଅଫର ବି ଦେଉଥିଲେ। ଏପରି ଭାବେ ହନିଟ୍ରାପ୍‌ରେ ଫସାଇ ଚାନ୍ଦିପୁର DRDOର ୫ କର୍ମଚାରୀଙ୍କଠାରୁ ପ୍ରାୟ ଦେଢ ବର୍ଷ ଧରି ଓଗାରିଥିଲେ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ। DRDOରୁ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ଗିରଫ ୫ ଜଣଙ୍କଠାରୁ ଆଜି ମିଳିଛି ଏପରି ସାଂଘାତିକ ତଥ୍ୟ। ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଜେରା କରୁଥିବା ବେଳେ ହାତରେ ଲାଗିଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ସମସ୍ତ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ହନିଟ୍ରାପ୍‌ରେ ପକାଇ ତଥ୍ୟ ହାସଲ କରୁଥିଲେ ରହସ୍ୟମୟୀ ମହିଳାଜଣକ । କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ, DRDOରୁ ଗିରଫ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ କଥା ହେଉଥିଲେ ରହସ୍ୟମୟୀ। ମହିଳାଜଣକ କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲେ ତ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲେ। ସେହିପରି କାହାକୁ ଡିଫେନ୍ସ ଷ୍ଟାଫ୍ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲା। ହେଲେ ମିଜାଇଲ ଉପରେ ନିଜର ଆଗ୍ରହ ଥିବା ସମସ୍ତଙ୍କୁ କହୁଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଗିରଫ ୫ ଜଣଙ୍କ ମଧ୍ୟରୁ କାହାକୁ ବି ପରସ୍ପର ସମ୍ପର୍କରେ ଟେର ମିଳି ନ ଥିଲା। ରହସ୍ୟମୟୀ ମହିଳାଜଣକ ଭିଡିଓ କଲ୍, ଫେସବୁକ୍ କଲ୍ ଓ ମେସେଜ୍, ମେସେଞ୍ଜର ଜରିଆରେ କଲ୍ କରୁଥିଲେ। ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ କଥା ହେଉଥିଲେ । ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ବି ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ଦୁବାଇ ଆକାଉଣ୍ଟରୁ ଜଣଙ୍କ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଛି। ହେଲେ ଦୀର୍ଘ ଦେଢ ବର୍ଷ ଧରି କେଉଁ ମାଧ୍ୟମ ଦେଇ ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ରହସ୍ୟମୟୀ ମହିଳାଙ୍କ ୟୁକେ ନମ୍ବର ଠାବ ପାଇଁ କ୍ରାଇମବ୍ରାଞ୍ଚର ପ୍ରଚେଷ୍ଟା ଜାରି ରଖିଛି। କେନ୍ଦ୍ରୀୟ ଏଜେନ୍ସି ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ ନିମନ୍ତେ ଚେଷ୍ଟା କରାଯାଉଛି। ରହସ୍ୟମୟୀ ହାତରେ ମାନବ ବିହୀନ ବିମାନ ତଥ୍ୟ ଲାଗିଛି କି ନାହିଁ ତାହାର ତନାଘନା ଆରମ୍ଭ ହୋଇଛି। ସେନେଇ ଅଭିଯୁକ୍ତମାନଙ୍କୁ ଏୟାରଫୋର୍ସ ଅଧିକାରୀ ଜେରା କରୁଥିବା ଜଣାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଏନ୍‌ଆଇଏ, ଏୟାରଫୋର୍ସ ଟିମ୍‌ ସଦସ୍ୟ ଜେରା କରୁଛନ୍ତି। ପୁଣି ଥରେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ। ଆଜି ବାୟୁସେନାର ୨ ଜଣିଆ ଟିମ୍ ଓ ଏନ୍‌ଆଇଏ ଟିମ୍‌ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି । ସେମାନଙ୍କଠୁ ଜବତ ହୋଇଥିବା ମୋବାଇଲ ଫୋନ୍ ଫୋରେନ୍ସିକ୍ ଲ୍ୟାବକୁ ପଠାଯିବ । ଜବତ ଟଙ୍କାର ମଧ୍ୟ ଖୋଳତାଡ଼ କରୁଛନ୍ତି ଏୟାରଫୋର୍ସ ଅଧିକାରୀ । ଅପରପକ୍ଷେ, ଏହି ରହସ୍ୟମୟୀ ମହିଳା ଜଣେ ନା ଅନେକ ତାହା ସନ୍ଦେହଘେରରେ। ସେ ବିଦେଶରେ ନା ଦେଶରେ ରହି ଏପରି ସାଂଘାତିକ ଜାଲ ବିଛାଇଥିଲେ ତାହାର ଖୋଳତାଡ଼ ଚାଲିଛି। ମହିଳାଜଣକ ନିଜ କାହା ପାଇଁ ଏପରି ତଥ୍ୟ ସଂଗ୍ରହ କରୁଥିଲେ, ତାଙ୍କ ପଛରେ ଆଉ କିଏ ଅଛି ସବୁ ଦିଗକୁ ତର୍ଜମା କରୁଛି କ୍ରାଇମବୟାଞ୍ଚ । ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ। ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରୁ କରୁ ଆଇଟିଆର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ସେ ଆଇଟିଆରରେ ଡ୍ରାଇଭର ଭାବେ କାମ କରୁଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!