Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ

by ସଞ୍ଜୟ ସ୍ୱାଇଁ
September 21, 2021
in Sports, State
ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ
56
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ନିଜ ଜନ୍ମମାଟି ଅତାବିରାକୁ ଫେରିଛନ୍ତି। ଆଜି ସେ ବରଗଡ ଜିଲ୍ଲା ଗୋଡ଼ଭଗାରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ବିପୁଳ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତାବିରା ଓ ଗୋଡ଼ଭଗା ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରମୋଦଙ୍କ ସ୍ୱାଗତ ବାଜା ବଜାଇ, ବାଣ ଫୁଟାଇ କରାଯିବା ସହ ଏକ ରଥରେ ତାଙ୍କୁ ବସାଇ ଶୋଭାଯାତ୍ରାରେ ଅତାବିରା ପର୍ୟ୍ୟନ୍ତ ପାଛୋଟି ନେଇଥିଲେ। ପ୍ରମୋଦଙ୍କୁ ସ୍ୱାଗତ କରିବା ପାଇଁ ଆଜି ସକାଳୁ ୫୩ ନମ୍ବର ଜାତୀୟ ରାଜପଥର ଗୋଡଭଗା ଠାରେ ଅପେକ୍ଷା କରି ରହିଥିଲେ ଶହ ଶହ ଲୋକ। ବିଭିନ୍ନ ବୟସ ବର୍ଗର ଲୋକଙ୍କ ସମେତ ପ୍ରମୋଦଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ ସ୍କୁଲ ଛାତ୍ର ଛାତ୍ରୀ। ସକାଳ ୧୦ଟା ପରେ ପ୍ରମୋଦ ଗୋଡଭଗାରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଉଚ୍ଛସ୍ଵିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରୁ ସେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଗୋଡ଼ଭଗାଠାରେ ଥିବା ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚି ମା’ ଙ୍କ ଦର୍ଶନ କରିଥିଲେ। ସେଠାରୁ ଅତାବିରା ଯିବା ରାସ୍ତାରେ ବିଭିନ୍ନ ଛକ ଜାଗା ମାନଙ୍କରେ ସ୍ଥାନେ ସ୍ଥାନେ ସମ୍ବର୍ଦ୍ଧନା ଦେବା ପାଇଁ ଅପେକ୍ଷା ବିଭିନ୍ନ ସଙ୍ଗଠନ ଓ ସଂସ୍ଥା। ପୁଷ୍ପଗୁଛ ଓ ଫୁଲ ମାଳା ଦେଇ ପ୍ରମୋଦଙ୍କୁ ସ୍ଵାଗତ କରିଥିଲେ ଏବଂ ତାଙ୍କ ସହ ହାତ ମିଳାଇ ଥିଲେ। ତେବେ ଅତାବିରାରେ ପହଞ୍ଚିବା ପରେ ନିଜ କର୍ମ ଭୂମି ପୁରୁଣା ସିନେମା ହଲ ପଡ଼ାରେ ତାଙ୍କୁ ଗାଡି ଉପରେ ସ୍ଵାଗତ କରିଥିଲେ ସାନ ଭଉଣୀ ଓ ତାଙ୍କ ପଡେ଼ାଶୀ। କଳସ ବସାଇ ଶୁଭ ମନାସୀ ଥିଲେ। ଆଉ ଏହି ସମୟରେ ସମସ୍ତେ ଖୁବ ଭାବବିହ୍ୱଳ ହୋଇପଡିଥିଲେ। ଶେଷରେ ଅତାବିରା ରାମଚଣ୍ଡି ମନ୍ଦିର ପରିସରରେ ଅନୁଷ୍ଠିତ ଏକ ନାଗରିକ ସମ୍ବର୍ଦ୍ଧନା ସଭାରେ ପ୍ରମୋଦ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ସଙ୍ଗଠନର କର୍ମକର୍ତ୍ତା ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ। ବରଗଡ଼ ସାଂସଦ ସୁରେଶ ପୂଜାରୀ, କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପ୍ରମୋଦଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!