Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଆର୍‌ଡିଓର ତଥ୍ୟ ଲିକ୍ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଛି

by ସଞ୍ଜୟ ସ୍ୱାଇଁ
September 21, 2021
in Crime, State
ଡିଆର୍‌ଡିଓର ତଥ୍ୟ ଲିକ୍ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଛି
89
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍‌ରୁ ଡିଆର୍‌ଡିଓର ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କଠାରୁ ପ୍ରତିଦିନ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସୁଛି। ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଛି। ୨ଟି କିସ୍ତିରେ ମୋଟ୍‌ ୩୮ ହଜାର ଟଙ୍କା ଆସିଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସେ କହିଛନ୍ତି, ଅଭିଯୁକ୍ତମାନଙ୍କ ମୋବାଇଲ ଓ ଆକାଉଣ୍ଟ ନମ୍ବର ଯାଞ୍ଚ କରାଯାଉଛି। ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ଜେରା ଚାଲିଛି। ଅଭିଯୁକ୍ତମାନଙ୍କ ସହ ଜଣେ ମହିଳା ସୋଶାଲ୍‌ ମିଡିଆରେ ଚାଟିଂ କରୁଥିଲେ। ସଂପୃକ୍ତ ମହିଳା ଜଣକ ୟୁକେର ଏକ ଟେଲିଫୋନ ନମ୍ବର ବ୍ୟବହାର କରୁଥିଲେ। କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍‌ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି। ଏୟାର ଫୋର୍ସର ଏକ ଟିମ୍‌ ଜେରାରେ ସାମିଲ ଅଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ଅଭିଯୁକ୍ତଙ୍କୁ କଟକରେ NIA ଟିମ୍‌ ଜେରା କରିନି। ଜବତ ଟେଲିଫୋନକୁ ଫୋରେନସିକ ଆନାଲିସିସ ପାଇଁ ପଠାଯିବ। ଅନ୍ୟ କେଉଁ ଉପାୟରେ ବା ବ୍ୟାଙ୍କରେ ଟଙ୍କା ନେଇଛନ୍ତି, ତାହାର ତଦନ୍ତ କରିବୁ ବୋଲି କହିଛନ୍ତି ଶ୍ରୀ ପଣ୍ଡା। ସୋମବାର ଏୟାରଫୋର୍ସ ଟିମ୍‌ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଛି। ସେମାନେ ଅଭିଯୁକ୍ତମାନଙ୍କୁ ମାରାଥନ ଜେରା କରିଛନ୍ତି। ୫ ଘଣ୍ଟା ଧରି ଏହି ଟିମ୍‌ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଜେରା କରିଛନ୍ତି। କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି? ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ? ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି। ବର୍ତ୍ତମାନ ସେ ହ୍ୟାଣ୍ଡଲରଙ୍କୁଠାବ କରିବା ସହ ଅନ୍ୟ କେଉଁ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ କ୍ରାଇମବ୍ରାଞ୍ଚ ଜେରା ଆଗକୁ ବଢାଇଛି। ହ୍ୟାଣ୍ଡଲରକୁ ଠାବ କରାଯିବା ପରେ ଅଧିକ ତଦନ୍ତ ପାଇଁ NIAର ସହଯୋଗ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ। ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରୁ କରୁ ଆଇଟିଆର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ସେ ଆଇଟିଆରରେ ଡ୍ରାଇଭର ଭାବେ କାମ କରୁଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!