Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋର ଏସଡିଓଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ

by ସଞ୍ଜୟ ସ୍ୱାଇଁ
September 21, 2021
in Crime, State
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋର ଏସଡିଓଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ
57
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ତାଙ୍କର କେନ୍ଦୁଝର ସ୍ପଞ୍ଜ କଲୋନୀ ଓ ଘଟଗାଁ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ ସହିତ ସମ୍ପତ୍ତିର ଆକଳନ କରାଯାଉଛି। ସେହିପରି ଘଟଗାଁରେ ଥିବା ତାଙ୍କ ଭାଇଙ୍କ ଘର ଓ ରିମୁଳିରେ ଥିବା ତାଙ୍କ ଶଶୁର ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଶ୍ରୀ ସେଠୀଙ୍କ କାର୍ୟ୍ୟାଳୟରେ ମଧ୍ୟ ଏକ ଟିମ୍ ଚଢ଼ାଉ କରିଛି। କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକର ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉ କରିଛନ୍ତି। ଜଣେ ଆଡିସ୍‌ନାଲ୍‌ ଏସପିଙ୍କ ନେତୃତରେ ଦୁଇ ଜଣ ଡିଏସ୍‌ପି ଓ ୬ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ମହେଶ୍ୱର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ଅଭିଯୋଗ ହେଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଆଜି ଏହି ଚଢ଼ଉ ହୋଇଛି। ଅନ୍ୟପକ୍ଷରେ ଗତକାଲି ସମ୍ବଲପୁରରେ ଓସିସିଏଲ୍‌ର ସିନିୟର ମ୍ୟାନେଜର ରଞ୍ଜନ ଡାଙ୍ଗଙ୍କ ଘରେ ଚଢ଼ାଉ ହୋଇଥିଲା। ତାଙ୍କର ୨ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏହା ଭିତରେ ରହିଛି ସମ୍ବଲପୁର ସହରରେ ଗୋଟିଏ ୩ ମହଲା କୋଠା, ସମ୍ବଲପୁର ଜିଲ୍ଲାରେ ୬ଟି ପ୍ଲଟ, ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ପ୍ଲଟ୍ ଓ ଏହା ସହ ୧୬ ଲକ୍ଷ ୯୩ ହଜାର ଟଙ୍କାର ବ୍ୟାଙ୍କ ଜମା ରାଶି, ୨୧ ଲକ୍ଷ ୧୫ ହଜାର ଟଙ୍କାର ବୀମା ଟଙ୍କା, ନଗଦ ଲକ୍ଷେ ୪୫ ହଜାର ୮୫୦ ଟଙ୍କା ଏବଂ ଗୋଟିଏ ବାଇକ୍। କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଗତକାଲି ଓସିସିଏଲ୍‌ର ସିନିୟର ମ୍ୟାନେଜର ରଞ୍ଜନ ଡାଙ୍ଗଙ୍କ ସମ୍ବଲପୁରସ୍ଥିତ ବାସଭବନ ସମେତ ୩ଟି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗତକାଲି ଓସିସିଏଲ୍‌ର ସିନିୟର ମ୍ୟାନେଜର ରଞ୍ଜନ ଡାଙ୍ଗଙ୍କ ସମ୍ବଲପୁରସ୍ଥିତ ବାସଭବନ ସମେତ ୩ଟି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!