Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଉଜଙ୍କ ପରକୀୟା ପ୍ରୀତି ଯୋଗୁ ଗଲା ଭାଇର ଜୀବନ, ଦିଅର ଆଣିଲେ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
September 21, 2021
in Crime, State
ଭାଉଜଙ୍କ ପରକୀୟା ପ୍ରୀତି ଯୋଗୁ ଗଲା ଭାଇର ଜୀବନ, ଦିଅର ଆଣିଲେ ଅଭିଯୋଗ
324
VIEWS
Share on FacebookShare on Twitter

ପାରାଦୀପ, (ବାଘୁଆବାର୍ତ୍ତା): ଭାଲୁକୁଣୀ ଭସାଣି ପାଇଁ ରବିବାର ଶ୍ୱଶୁର ଘରକୁ ଯାଇଥିବା ଜ୍ୱାଇଁଙ୍କ ମୃତଦେହ ସୋମବାର ମିଳିବା ଘଟଣାକୁ ନେଇ ଘନେଇବାରେ ଲାଗୁଛି ବିବାଦ । ଶ୍ୱଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି। ହେଲେ ପରକିୟା ପ୍ରୀତି ଯୋଗୁ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିବା ମୃତକଙ୍କ ପରିବାର ଲୋକ କହୁଛନ୍ତି। ଏପରି ସାଂଘାତିକ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋଡାକାନ୍ଥି ଗ୍ରାମରେ ଘଟିଥିବା ବେଳେ ତଦନ୍ତ କରୁଛି ପୁଲିସ୍‌। ମୃତକ ହେଲେ ତିର୍ତ୍ତୋଲ ଥାନା ପୋଡ଼ାକାନ୍ଥି ଗାଁର ଚିତ୍ତରଞ୍ଜନ ଦାସ। ଚିତ୍ତରଞ୍ଜନ ପ୍ରାୟ ୧୦ ବର୍ଷ ତଳେ କୁଜଙ୍ଗ ଥାନା ଅନ୍ତର୍ଗତ ମୂଳକଣି ଗାଁର ଲକିଲୋରା ସାମନ୍ତରାୟଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁଅ ଅଛି। ଭାଲୁକୁଣୀ ପୂଜାରେ ଯୋଗଦେବା ପାଇଁ ରବିବାର ଚିତ୍ତରଞ୍ଜନ ଶ୍ୱଶୁର ଘର ଯାଇଥିଲେ। ମାତ୍ର ସୋମବାର ସକାଳେ ସେ କବାଟ ଖୋଲି ନଥିଲେ। ପରେ ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ମାଜିଷ୍ଟ୍ରେଟ୍‌ ଓ ପୁଲିସ ଉପସ୍ଥିତିରେ କବାଟ ଭାଙ୍ଗି ଚିତରଂଜନଙ୍କ ରକ୍ତାକ୍ତ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଓ ଦାଗ ରହିଥିବା ସହ ଗୋଡ଼ ଏବଂ ପାଦ ରକ୍ତରେ ଜୁଡୁବୁଡୁ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚିତରଂଜନଙ୍କ ସାନ ଭାଇ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଭାଉଜ ଲକିଲୋରାଙ୍କ ସମେତ ଭାଇଙ୍କ ଶ୍ୱଶୁର, ଶାଶୁ, ଶାଳୀ ଏବଂ ସଢୁମାନଙ୍କର ଏହା ପଛରେ ହାତ ଥିବା ଦର୍ଶାଇ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଭାଉଜଙ୍କ ପରକୀୟା ପ୍ରୀତି ଏହି ହତ୍ୟାକାଣ୍ଡ ପଛର କାରଣ ବୋଲି ରଶ୍ମିରଂଜନ ସନ୍ଦେହ କରିଛନ୍ତି। ଅନ୍ୟପଟେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହିତ ସ୍ୱାମୀ ଚିତ୍ତରଞ୍ଜନଙ୍କ ଉପରେ ପାଲଟା ଆରୋପ ଲଗାଇଛନ୍ତି ଲକିଲୋରା। ତାଙ୍କ ସ୍ୱାମୀ ଜଣେ ଡ୍ରଗ୍ସ ଆଡିକ୍ଟ ଥିଲେ ଏବଂ ତାଙ୍କୁ ନିୟମିତ ଭାବେ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିଲେ ବୋଲି ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଚିତ୍ତରଞ୍ଜନ ଭିତର ପଟୁ କବାଟ ଦେଇ ଶୋଇଥିଲେ, ମାତ୍ର ସକାଳୁ କବାଟ ଖୋଲି ନଥିଲେ। ଫଳରେ ପୁଲିସକୁ ଏବଂ ତାଙ୍କ ପରିବାର ଲୋକଙ୍କ ପାଖକୁ ଖବର ଦିଆଯାଇଥିଲା ବୋଲି ସେ କହିଛନ୍ତି। କୁଜଙ୍ଗ ପୁଲିସ ଘଟଣାର ପ୍ରାଥମିକ ତଦନ୍ତ କରିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍ ମଧ୍ୟ ଘଟଣାସ୍ଥଳ ଯାଞ୍ଚ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ରିପୋର୍ଟ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି। ତେବେ ଚିତ୍ତରଞ୍ଜନଙ୍କ ଭାଇ ରଶ୍ମିରଂଜନଙ୍କ ଏତଲା ଭିତିରେ ଏକ ହତ୍ୟା ମାମଲା ରୁଜୁ ହେବ ବୋଲି କୁଜଙ୍ଗ ପୁଲିସ୍‌ ସୂଚନା ଦେଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!