ବାରିପଦା, (ବାଘୁଆବାର୍ତ୍ତା): ବାରିପଦା ସହର ମଝିରେ ଥିବା ଏକ ହୋଟେଲରେ ବାଘଛାଲ ବ୍ୟବସାୟ ଡିଲ୍ ସମୟରେ ବନ ବିଭାଗର ଚଢଉ । ବାଘ ଛାଲ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ବାରିପଦାର ଦିବ୍ୟା ହୋଟେଲର ଏକ ରୁମରେ ବେପାରୀ ଓ କ୍ରେତାଙ୍କ ମଧ୍ୟରେ ବ୍ୟାପାର ସମୟରେ ମାଡି ବସିଲା କ୍ରାଇମବ୍ରାଞ୍ଚ ଓ ବନ ବିଭାଗ । ଗିରଫ ଯୁବକ ଜଣକ ହେଲେ ଜଣେ ଇଞ୍ଜିନିୟରିଂ ଛାତ୍ର । ଗିରଫ ଜଣକ ବାରିପଦା ରେଞ୍ଜ ଅନ୍ତର୍ଗତ ଖାନୁଆ ଅଞ୍ଚଳର ବିକାଶ ବିନୟ ସିଂ । ଯୁବକଠାରୁ ସୂଚନା ପାଇ ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ଘରୁ ଉଠାଇ ଆଣିଛି ବନ ବିଭାଗ । ଅଟକ ସହଯୋଗୀ ଜଣକ ପଳାସବଣି ଅଞ୍ଚଳର ବିକାଶ ଚନ୍ଦ୍ର ବେଣ୍ଟକା ବୋଲି ବନ ବିଭାଗ ସୂଚନା ଦେଇଛି । ଏନେଇ ତଦନ୍ତ ଚାଲିଥିବା ବେଳେ ଅନ୍ୟ ସମ୍ପୃକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରିବ ନେଇ ବାରିପଦା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।






